ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ସେହିଦିନ ୨୪ ଘଂଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ଲାଗିପାରେ କଟକଣା
କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ଛତିଶା ନିଯୋଗ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେହିବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ । କେହି ବି ବାହାର ଲୋକ ସେବାୟତ ବେଶରେ ଆସିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କହିଛନ୍ତି । ନାଗାର୍ଜୁନ ବେଶ ଦିନ ୨୪ ଘଂଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିପାରେ ।