୨୬ ବର୍ଷ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ସୁନା ଗଣତିକୁ ନେଇ ସେବାୟତଙ୍କ ଭିତରେ ବିବାଦ କାରଣରୁ ବିଳମ୍ବରେ ଆରମ୍ଭ ହେଲା ବେଶ

ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

112

କନକ ବ୍ୟୁରୋ: ୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ୩ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ହେଲା ବେଶ । ମହାପ୍ରଭୁଙ୍କ ସୁନା ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଛି । ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶ୍ରୀମନ୍ଦିର ପ୍ରଶାସକଙ୍କ ବୁଝାସୁଝା ପରେ ଆରମ୍ଭ ହୋଇଛି ବେଶ ଲାଗି । ଦୀର୍ଘ ୨୬ ବର୍ଷ ପରେ ହେଉଛି ବଡ଼ ଠାକୁରଙ୍କ ଏହି ବିରଳ ବେଶ ।

କାର୍ତିକ ମଳ ତ୍ରୈୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ । ଧନୁ, ତୀର, ହଳ, ମୁଶଳ ଓ ଚକ୍ର ଆଦି ଧରୀ ବୀର ବେଶରେ ରତ୍ନ ସିଂହାସନରେ ଶୋଭା ପାଇଥାଆନ୍ତି ଶ୍ରୀଜିଉ ।୧୬ ପ୍ରକାର ଆୟୁଧ ମହାପ୍ରଭୁଙ୍କୁ ଲାଗି କରାଯାଏ । ଏହାକୁ ନାଗା ବେଶ ବୋଲି ମଧ୍ୟ କୁହାଯାଏ । ଦେବୀ ଶୁଭଦ୍ରାଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଆଭୁଶଣରେ ତ୍ରୀଭୁନେଶ୍ୱରୀ ବେଶରେ ସୁସଜ୍ଜିତ କରାଯାଏ । ପୌରାଣିକ ମତ ଅନୁସାରେ କାର୍ତିକ ମଳ ତ୍ରୟୋଦଶୀରେ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ପର୍ଶୁରାମ ସହଶ୍ରାର୍ଜୁନଙ୍କୁ ବଦ୍ଧ କରିଥିଲେ ।