ବଡ ଦେଉଳରେ ଚାଲିଛି ମହାବାହୁଙ୍କ ନାଗାର୍ଜୁନ ବେଶ । ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ଜଗା-ବଳିଆ

216

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପାଟପଟୁଆରରେ ଶ୍ରୀମନ୍ଦିରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ଚାଲିଛି । ସମାନ ସମୟରେ ଚାଲିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ।
ତେବେ ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେବେ ମହାପ୍ରଭୁ । ବୀର ନାଗା ବେଶରେ ସଜେଇ ହେବେ ଜଗାବଳିଆ । ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେବେ ମାଆ ସୁଭଦ୍ରା । ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶ । ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପୁଛି ସିଂହଦ୍ୱାର । ବାଦ୍ୟ ଓ ନୃତ୍ୟ ସହ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ।

ସେପଟେ ଭଗବାନଙ୍କୁ ଦେଖି ନପାରି ଭାବ ବିହ୍ୱଳ ହୋଇଛି ଭକ୍ତ । ୨୫ ବର୍ଷ ପରେ ଦୁର୍ଲଭ ବେଶ ହେଉଥିବା ବେଳେ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । ତେଣୁ ୧୪୪ ଧାରା ଲାଗିବା ସତ୍ୱେ ଭକ୍ତି ଟାଣି ଆଣିଛି ଭାବର ବଡ ଦାଣ୍ଡକୁ । ଆଉ ଭକ୍ତ କାନ୍ଦି କାନ୍ଦି ଭଗବାନକୁ ନିଜ ଅଭିମାନ ଜଣାଉଛି ।