ବେଶ ବାହାରିଲା, ବଡ ଦେଉଳରେ ପହଞ୍ଚିଲା । ଶ୍ରୀମନ୍ଦିରରେ ପ୍ରବେଶ କଲା ମହାପ୍ରଭୁଙ୍କ ନାଗା ବେଶ । ଆଉ କେଇ ମୁହୂର୍ତ୍ତ ପରେ ଯୋଦ୍ଧା ବେଶରେ ସଜେଇ ହେବେ ଶ୍ରୀଜିଉ ।

296

କନକ ବ୍ୟୁରୋ: ହରିବୋଲ ପଡିଲା, ନାଗା ବେଶ ବାହାରିଲା । ବଡ ଦେଉଳ ଅଭିମୁଖେ ବାହାରିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଚକ୍ରକୋଟରୁ ପାଟପଟୁଆରରେ ବାହାରିଲେ ନାଗା ବେଶ । ବୀର ବାଜା ସହ ଶ୍ରୀମନ୍ଦିରେ ପହଞ୍ଚିଲା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ୧୬ ହତିଆର, ନିଶ-ଦାଢିରେ ସଜେଇ ହୋଇ ନାଗାବେଶ ଧାରଣ କରିବେ ବଡ ଠାକୁର ।

ତେବେ ବଡ ଦେଉଳରେ ସମସ୍ତ ବେଶ ପହଞ୍ଚିବା ପରେ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । ନୀତିକାନ୍ତି ଅନୁସାରେ ୪ଟାରୁ ଆରମ୍ଭ ହେବ ନାଗାର୍ଜୁନ ବେଶ । ତେବେ ପୂଜାର୍ଚ୍ଚନା ପରେ ଜୀବନ୍ତ ହୋଇଥିଲେ ବେଶମାନେ । ଖାଲି ଅପେକ୍ଷା କରିଥିଲେ କେତେବେଳେ କାଳିଆ ସାଆନ୍ତଙ୍କ ଦେହରେ ଲାଗି ହେବ ବେଶ । ଆଉ ସବୁ ଅପେକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ବେଶମାନେ ।