କନକ ବ୍ୟୁରୋ : ଚତୁର୍ଥ ଦିନରେ ପହଁଚିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବୁଧବାର ସକାଳୁ ରାହୁଲ ନାଗାଲାଣ୍ଡର ବିକେ ଟାଉନରୁ ପଦଯାତ୍ରାରେ ବାହାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ପଦଯାତ୍ରାରେ ରାହୁଲ ଗାନ୍ଧୀ ବିିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ଆଲୋଚନା କରିଛନ୍ତି । ଜନସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ରାହୁଲ । ମୋଦି ସରକାର ଗତ ୯ବର୍ଷର ଶାସନ କାଳ ମଧ୍ୟରେ ନାଗାଲାଣ୍ଡକୁ ଅଣଦେଖା କରିଛନ୍ତି । ସେହିପରି ଦେଶର ଶାସନ ବ୍ୟବସ୍ଥାକୁ ମୋଦିଙ୍କ ଘନିଷ୍ଠ କୁହାଯାଉଥିବା କେତେକ ହାତଗଣତି ବ୍ୟବସାୟୀ ଅକ୍ତିଆର କରିନେଇଥିବା ରାହୁଲ ଅଭିଯୋଗ କରିଛନ୍ତି ।