ନାଗାଲାଣ୍ଡରେ ଆଉ ବିକ୍ରି ହେବନି କୁକୁର ମାଂସ : କୁକୁର ମାଂସ ବିକ୍ରି ଏବଂ ଖାଇବା ଉପରେ ରୋକ ଲଗାଇଲେ ନାଗାଲାଣ୍ଡ ସରକାର 

ନାଗାଲାଣ୍ଡରେ ଆଉ ବିକ୍ରି ହେବନି କୁକୁର ମାଂସ : କୁକୁର ମାଂସ ବିକ୍ରି ଏବଂ ଖାଇବା ଉପରେ ରୋକ ଲଗାଇଲେ ନାଗାଲାଣ୍ଡ ସରକାର 

ଶୁକ୍ରବାର ଦିନ ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ  କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ ରନ୍ଧା ଓ କଞ୍ଚା କୁକୁର ମାଂସ ବିକ୍ରୟ ନିଷେଧ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଇବା ପାଇଁ ଅନ୍ୟ ରାଜ୍ୟରୁ କୁକୁର ଆମଦାନି କରିବାର ବିପଦ କଥା ବିଚାର କରି ଏବଂ ପ୍ରିଭେନ‌ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ୍ ଆକ୍ଟ , ୧୯୬୦କୁ ଆଧାର କରି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି।

publive-image

ନାଗାଲାଣ୍ଡ୍‌ରେ କୁକୁର ମାଂସ ବ୍ୟବସାୟ ବେଆଇନ୍ କରାଯାଇଥିବାରୁ ଏହି ଆଇନ ଅମାନ୍ୟ କ‌ଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଇଛି । ଏହାଛଡ଼ା, ବାଣିଜ୍ୟିକ ଘୁଷୁରି ଆମଦାନି ଏବଂ ବ୍ୟବସାୟକୁ ମଧ୍ୟ ତୁରନ୍ତ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ସ୍ବାଇନ୍ ଫ୍ଲୁ ବ୍ୟାପିବା ପରଠାରୁ ରାଜ୍ୟ ଘୁଷୁରି ଆମଦାନି ବନ୍ଦ କରିଥିଲା। କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe