ନାଗାଲାଣ୍ଡରେ ରାଜନୈତିକ ସଂକଟ ! ମହିଳା ସଂରକ୍ଷଣ ପ୍ରସଙ୍ଗରେ ଚାପ ପରେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଟି ଆର ଜିଲାଙ୍ଗ

43

କନକ ବ୍ୟୁରୋ : ନାଗାଲାଣ୍ଡରେ ରାଜନୈତିକ ସଂକଟ । ମହିଳା ସଂରକ୍ଷଣ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖିନ ହୋଇଥିବା ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଟି ଆର ଜିଲାଙ୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ନାଗାଲାଣ୍ଡରେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି । ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ନେଇ ବ୍ୟାପକ ହିଂସା ସୃଷ୍ଟି ହେବା ପରେ ଜିଲାଙ୍ଗଙ୍କୁ ଇସ୍ତଫା ଦେବା ପାଇଁ ପ୍ରବଳ ଚାପ ପକାଯାଇଥିଲା ।

ଆଜି ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ନେଇ ସୂଚନା ମିଳିଛି । ଗତକାଲି ଜିଲାଙ୍ଗଙ୍କ ଇସ୍ତଫା ପରେ ଏନପିଏଫ ବିଧାୟକ ଦଳର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇନାହିଁ । ଆଜି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ସୁରୋଜିଲ ଲିଜିସ୍ତୁ କିମ୍ବା ନେଇଫିଉ ରିଓଙ୍କୁ ନେତା ନିର୍ବାଚିତ କରାଯାଇ ପାରେ ବୋଲି ଜଣାପଡିଛି ।