କନକ ବ୍ୟୁରୋ : ନଗଡା ଅପପୃଷ୍ଟିକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଆସନ୍ତା ୬ ଏପ୍ରିଲ ସୁଦ୍ଧା କୋର୍ଟରେ ହାଜର ହୋଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ହାଇକୋର୍ଟରୁ ଏହି ଘଟଣାରେ ୪ ଥର ନୋଟିସ୍ ହୋଇଥିଲେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ହାଜର ହୋଇ ଜବାବ ଦାଖଲ କରିନଥିଲେ ।
ତେବେ ସାରା ରାଜ୍ୟରେ ଅପପୃଷ୍ଟି ଦୁରପାଇଁ ୨୨୦ କୋଟି ଟଂକା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ଏଥିମଧ୍ୟରୁ ନଗଡା ଅଂଚଳ ପାଇଁଁ କେତେ ଖର୍ଚ୍ଚ ହୋଇଛି ତାହାର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ ମାନ୍ୟବର ଖଣ୍ଡପୀଠ ବିନୀତ୍ ଶରଣ ଏବଂ ଜଷ୍ଟିସ୍ ବି.ଆର୍. ଷଢଙ୍ଗୀଙ୍କ ନିକଟରେ ଆବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-23-08h37m15s089.png)