କନକ ବ୍ୟୁରୋ : ଭୂବନେଶ୍ୱର ଓ ସମ୍ବଲପୁର ପରେ ରାୟଗଡା ବ୍ଳକ ଭାକୁରୁଗୁଡା ଠାରେ ସ୍ଥାପନ ହୋଇଛି ନାଗାବଳୀ ପ୍ଲାନେଟୋରିୟମ। ଆଦିବାସୀ ବହୁଳ ରାୟଗଡା ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଗବେଷଣା ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ପ୍ଲାନେଟୋରିୟମ ସ୍ଥାପନ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଉଦଘାଟନ ପରଠୁ ଏହା ମେନ୍ ଗେଟରେ ତାଲା ଝୁଲୁଛି। ଫଳରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

Advertisment

ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ଓ ବୈଷୟିକ ବିଭାଗ ପକ୍ଷରୁ ୨.୫ ଏକର ଜମିରେ ୧୪ କୋଟି ଟଙ୍କା ବ୍ୟୟରେ ନାଗାବଳୀ ପ୍ଲାନେଟୋରିୟମ ନିର୍ମାଣ ହୋଇଛି । ଏକାଥରେ ୧୩୩ ଜଣ ବସିବାର ବ୍ୟବସ୍ଥା ହୋଇଛି। ବିଜ୍ଞାନ ସମ୍ବନ୍ଧୀୟ ଉପକରଣ ସବୁ ରଖାଯାଇଛି। ନିର୍ବାଚନକୁ ଆଖିରେ ରଖି ଗତ ଫେବୃୟାରୀ ୨୭ ତାରିଖରେ ଜାତୀୟ ବିଜ୍ଞାନ ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଉଦଘାଟନର ୪ ମାସ ପରେ ମଧ୍ୟ ପ୍ଲାନେଟୋରିୟମରେ ମହାକାଶରେ ଗ୍ରହର ଅବସ୍ଥିତି ସହ ପୃଥିବୀ, ସୂର୍ୟ୍ୟ ଓ ଚନ୍ଦ୍ରକୁ ଦେଖିବାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ଯଥାଶୀଘ୍ର କାର୍ୟ୍ୟକ୍ଷମ କରାଯାଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଭାଗିୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।