ସୁଟିଙ୍ଗ ସମୟରେ ବେହୋସ୍ ହୋଇଗଲେ ଅଭିନେତା ନାଗା ସୌର୍ଯ୍ୟା, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

Advertisment
ସୁଟିଙ୍ଗ ସମୟରେ ବେହୋସ୍ ହୋଇଗଲେ ଅଭିନେତା ନାଗା ସୌର୍ଯ୍ୟା, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

କନକ ବ୍ୟୁରୋ: ସାଉଥ୍ ଅଭିନେତା ନାଗା ସୌର୍ଯ୍ୟା ଏକ ଫିଲ୍ମର ସୁଟିଂ କରୁଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ନାଗାଙ୍କୁୁ ହାଇ ଗ୍ରେଡ୍ ଭାଇରାଲ ଫିବର ଏବଂ ଡିହାଇଡ୍ରେସନ ହୋଇଥିବା ଜଣାପଡିଛି । ତୁରନ୍ତ ତାଙ୍କୁ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରେଲୋଜି ରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସାରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ଲାଗିଛନ୍ତି ।

ଫିଲ୍ମ ‘ଏନଏସ୍-୨୪’ର ସୁଟିଂ ଚାଲିଥିବାବେଳେ ଏଭଳି ଘଟଣା ଘଟିଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ଖାସ୍ ଫିଟନେସ୍ ବନାଇବାକୁ ପଡିଛି । ଏଥିପାଇଁ ତାଙ୍କୁ ବିଶେଷ ଡାଏଟ୍ ଫଲୋ କରିବାକୁ ପଡୁଛି । ଫିଲ୍ମ ପାଇଁ ସିକ୍ସ ପ୍ୟାକ୍ ଆବଶ୍ୟକ ଥିବାରୁ ଅତ୍ୟଧିକ ୱାକଆଉଟ୍ ଯୋଗୁଁ ତାଙ୍କୁ ଏଭଳି ସମସ୍ୟା ହୋଇଛି ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe