ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର

139

ଅତିକ ଅହମ୍ମଦର ଫାଇନାନ୍ସର ନଫିସ୍ ବିରିୟାନୀର ମୃତ୍ୟୁ ପରେ ତା ଅପରାଧ ଦୁନିଆରେ ପ୍ରବେଶ କରିବାର କାହାଣୀ ସାମ୍ନାକୁ ଆସିଛି । ଏକଦା ନିଜ ସହରର କ୍ରିକେଟ୍ ମ୍ଯାଚରେ ୱିକେଟ୍ କିପର ହେଉଥିବା ନଫିସ ଖୁବ୍ ଶୀଘ୍ର ଅତିକ୍ ଅହମ୍ମଦ ଗ୍ୟାଙ୍ଗର ପ୍ରିୟପାତ୍ର ବନି ଯାଇଥିଲେ । ଧୀରେ ଧୀରେ ସିଏ ଅତିକ୍ ଗ୍ୟାଙ୍ଗର ଆର୍ଥିକ ହିସାବନିକାଶ ବୁଝିବାକୁ ଲାଗିଲା ।  ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ପରେ ପ୍ରୟାଗରାଜରେ ଏକ ବିରିୟାନୀ ଚେନ୍ ଷ୍ଟୋର ଖୋଲିଥିବା ନଫିସ ସହ ଅନ୍ୟମାନେ ମଧ୍ୟ ମାଟିରେ ମିଶିଗଲେ । ଯେମିତି   ଉମେଶ ପାଲ ହତ୍ୟା ମାମଲା ଅତିକ୍ ଗ୍ୟାଙ୍ଗ ପାଇଁ ମୃତ୍ଯୁର ଏକ ଡକରା ଥିଲା ।

୨୪ ଫେବୃଆରୀ ୨୦୨୩ ରେ ଉତ୍ତରପ୍ରଦେଶର ପ୍ରୟାଗରେ ଯାହା ଘଟିଥିଲା ​​ତାହା ସମସ୍ତଙ୍କ ଛାତି ଥରେଇ ଦେଇଥିଲା ।  ଆଡଭୋକେଟ୍ ତଥା ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ସାମ୍ନାରେ ଦିନ ଦ୍ଵିପହରରେ ଅତି ଜଘନ୍ୟ  ଭାବେ ହତ୍ୟା କରାଯାଇଥିଲା । ଏକ କ୍ରେଟା କାରରେ ଆସିଥିବା ଅପରାଧୀମାନେ ଏହି ହତ୍ୟାକାଣ୍ଡକୁ ବଜାର ମଝିରେ ସର୍ବସାଧାରଣଙ୍କ ସାମନାରେ ରୂପ ଦେଇଥିଲେ ।  ମାଫିଆ ଅତିକ୍ ଅହମ୍ମଦର ତୃତୀୟ ପୁତ୍ର ଆସାଦ ଅହମ୍ମଦ ଏହି ହତ୍ୟାକାଣ୍ଡର ନେତୃତ୍ୱ ନେଇଥିଲା ।

ଏହି ହତ୍ୟା ମାମଲାରେ ବମ୍ ବାଜ ଗୁଡୁ ମୁସଲିମ ସମେତ ଅନେକ ନାମ ସାମନାକୁ ଆସିଥିଲା। ଯାହାସବୁ ସିସିଟିଭିରେ ରେକର୍ଡିଂ ହେଇଥିଲା ।  ଏହି ଉମେଶ ପାଲ ହତ୍ୟାକାଣ୍ଡ ଗ୍ୟାଙ୍ଗ ଷ୍ଟାର ଅତିକ୍ ଅହମ୍ମଦଙ୍କ ସାମ୍ରାଜ୍ୟକୁ ଥରାଇ ଦେଇଥିଲା ।  ଯିଏ କି ଉତ୍ତରପ୍ରଦେଶରେ ପ୍ରୟାଗରାଜରୁ ନିଜର ଅପରାଧର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା । ଅତିକ୍ ଗ୍ୟାଙ୍ଗ ଉପରେ ବର୍ତ୍ତମାନ ପୋଲିସ ଏନକାଉଣ୍ଟରର ଭୟ ଲାଗିରହିଛି ।  ନଫିସ୍ ବିରିୟାନୀର ମୃତ୍ୟୁ ପରେ ଉମେଶ ପାଲ ହତ୍ୟା ମାମଲା ଏବଂ ଏହାର ଅପରାଧୀଙ୍କ ଉପରେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି ।

ମାମଲା କଣ ? କେମିତି ମଲା ନଫିସ୍ ବିରିୟାନୀର ?

ମାଫିଆ ଅତିକ୍ ଅହମ୍ମଦର ଫାଇନାନ୍ସ ଆଡଭାଇଜର ତଥା ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ନାଫିସ୍ ବିରିୟାନିର ନୈନି ଜେଲରେ ହୃଦଘାତର ଶିକାର ହୋଇ ମୃତ୍ଯୁବରଣ କରିଛି । ଡିସେମ୍ବର ୧୭ ରବିବାର ଦିନ ପ୍ରାୟ ୧୧.୪୫ ରେ ନଫିସକୁ ଗୁରୁତର ଅବସ୍ଥାରେ SRN ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନଫିସର ଚିକିତ୍ସା ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା । ​| ଡାକ୍ତରମାନେ ଅତିକର ଏହି ଘନିଷ୍ଠ ସହଯୋଗୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ତାର ଚିକିତ୍ସା ଜାରି ରହିଥିଲା । SRN ହସ୍ପିଟାଲର ପ୍ରିନ୍ସପାଲ୍ ଡକ୍ଟର ଏସପି ସିଂ କହିଛନ୍ତି ଯେ ନଫିସର ରକ୍ତଚାପ ବହୁତ କମ୍ ଥିଲା । ତାକୁ  ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଅମ୍ଳଜାନ ସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିଲା । ତା ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲା। ନଫିସର ହୃଦୟ ସହିତ କିଡନୀ ସମସ୍ୟା ମଧ୍ୟ ଥିଲା ।  ରବିବାର ବିଳମ୍ବିତ ରାତିରେ ତା ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତି ପ୍ରାୟ ୧ ଟା ବେଳେ ତାର ମୃତ୍ୟୁ ହୋଇଥିଲା। ପୋଲିସ ତା ଶରୀରର ପୋଷ୍ଟମର୍ଟମ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।