ରାଜନେତା ଏବଂ ଶିଳ୍ପପତୀଙ୍କ ପରେ ଏବେ ଭିଭିଆଇପି ତାଲିକାରେ ସାମିଲ୍ ହେଲା ହାତୀ ! ସେନାର ସୁରକ୍ଷା ଛାଉଣୀରେ ନଣ୍ଡୁନଗମୁବା ରାଜା ।

236

ନେତା କିମ୍ବା ଅନ୍ୟ ଭିଆଇପି ଲୋକଙ୍କ ସୁରକ୍ଷାରେ ଯବାନଙ୍କୁ ବନ୍ଧୁକ ଧରି ସୁରକ୍ଷା ଦେଉଥିବା ଦେଖିଥିବେ କିନ୍ତୁ କେବେ କୌଣସି ପଶୁକୁ ଯବାନମାନେ ପ୍ରହରା ଦେଉଥିବା ଦେଖିଛନ୍ତି କି? କୌତୁହଳ ଭଳି ଲାଗୁଥିଲେ ମଧ୍ୟ କଥାଟି ସତ ଆଜ୍ଞା । ଶ୍ରୀଲଙ୍କା ସରକାର ଗୋଟିଏ ହାତୀକୁ ସୁରକ୍ଷା ଦେବା ପାଇଁ ଯବାନଙ୍କୁ ପ୍ରହରା ଦାୟିତ୍ୱରେ ରଖିବାର ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ କହିରଖୁଛୁ ଏହି ହାତୀର ନାଁ ହେଉଛି ନଣ୍ଡୁନଗମୁବା ରାଜା । ଯାହାର ଉଚ୍ଚତା ୧୦.୫ ଫୁଟ୍ ରହିଛି । ଶ୍ରୀଲଙ୍କାର ସବୁଠାରୁ ବଡ଼ ଗୃହପାଳିତ ହାତୀ ହେଉଛି ନଣ୍ଡୁନଗମୁବା ରାଜା ଯାହାର ବୟସ ୬୫ ବର୍ଷ ରହିଛି । ନଣ୍ଡୁନଗମୁବା ରାଜାଙ୍କ ସୁରକ୍ଷା ପାଇଁ ଶ୍ରୀଲଙ୍କା ସରକାର ଏଭଳି ନିଷ୍ପତ୍ତି ନେବାର କାରଣ ହେଉଛି ଶ୍ରୀଲଙ୍କାର ପାରମ୍ପରିକ ଉତ୍ସବରେ ଏହି ହାତୀ ମୁଖ୍ୟ ସଡ଼କପଥ ଦେଇ ଯାଇଥାଏ । ଏହି ସମୟରେ ହାତୀକୁ ଯେଭଳି କେହି ଅସୁବିଧା ନ ପହଁଚାନ୍ତି ସେଥିପାଇଁ ସରକାର ହାତୀ ପାଇଁ ଯବାନମାନଙ୍କୁ ସୁରକ୍ଷା ଦାୟିତ୍ୱ ଦେଇଛନ୍ତି ।

୨୦୧୫ ମସିହାରେ ଏକ କାର୍ଯ୍ୟକ୍ରମ ସମୟରେ ନଣ୍ଡୁନଗମୁବା ରାଜା ହାତୀ ଏକ ବାଇକ୍ ସହ ଧକ୍କା ହେବାରୁ ବଂଚିଯାଇଥିଲା । ଏହି ଘଟଣାର ଭିଡିଓ ଦେଖିବା ପରେ ସରକାର ହାତୀ ମାଲିକଙ୍କ ସହ ସଂପର୍କ କରି ହାତୀକୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ତେବେ ଏହି ଘଟଣା ପରେ ସରକାର ଯବାନମାନଙ୍କ ସହ ୨ ମାହୁନ୍ତଙ୍କୁ ମଧ୍ୟ ହାତୀର ସୁରକ୍ଷା ପାଇଁ ନିଯୁକ୍ତି ଦେଲେ ।