କନକ ବ୍ୟୁରୋ: ଶରଧାବାଲି ପହଂଚିଲେ ଦେବଦଳନ ଓ ତାଳଧ୍ୱଜ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ପୁଣି ଭିଡା ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ।
ବଡଠାକୁରଙ୍କ ରଥ ଓ ମା ସୁଭଦ୍ରାଙ୍କ ରଥ ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିଯାଇଥିଲା । କିନ୍ତୁ ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ରଥ ସନ୍ଧ୍ୟା ପୂର୍ବରୁ ପହଁଚିପାରିନଥିଲା । ଭକ୍ତଙ୍କୁ ଦର୍ଶନ ଦେବାକୁ ବଳଗଣ୍ଡି ଛକରେ ଅଟକି ଯାଇଥିଲେ ମହାପ୍ରଭୁ ଜଗନ୍ନାଥ । ତେଣୁ ସନ୍ଧ୍ୟା ପରେ ଆଉ ରଥ ଟଣା ଯାଇନଥିଲା । ଆଜି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାହୋଇଛି । ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ଆଜି ତିନି ଠାକୁର ରଥରେ ରହିବେ । ଭକ୍ତମାନେ ଚତୁର୍ଦ୍ଧା ମୂରତିକୁ ଦର୍ଶନ କରିବେ । ଶ୍ରୀବିଗ୍ରହମାନଙ୍କ ଆଡପ ମଣ୍ଡପ ବିଜେପ ଆସନ୍ତାକାଲି ଅନୁଷ୍ଠିତ ହେବ ।
ଅନ୍ୟପଟେ, ବିଦେଶରେ ବି ପାଳିତ ହୋଇଛି ରଥଯାତ୍ରା । ସିଙ୍ଗାପୁର ସହ ଆମେରିକାର କାଲିଫର୍ଣ୍ଣିଆ, ଓ ୱାଂଶିଟନ ଡିସିରେ ଲୋକେ ଆନନ୍ଦର ସହ ରଥଯାତ୍ରାରେ ସାମିଲ ହୋଇଥିଲେ । ସିଙ୍ଗାପୁରର ହୋଗାଙ୍ଗ ଷ୍ଟାଡିମୟରେ ଅନ୍ତର୍ଜାତିୟ କୃଷ୍ଣମନ୍ଦିର ପକ୍ଷରୁ ଏହି ରଥଯାତ୍ରା ପାଳିତ ହୋଇଥିଲା । ସେଠାରେ ରହୁଥିବା ଓଡିଆ ମାନେ ଏଥିରେ ସାମିଲ ହୋଇଥିଲେ । ସେହିଭଳି କାଲିଫର୍ଣ୍ଣିଆ ଓ ୱାଂଶିଟନ ଡିସିରେ ବି ରଥଯାତ୍ରା ପାଳିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/Nandighosa.jpg)
/kanak/media/post_attachments/wp-content/uploads/2018/07/Screen-shot-2018-07-15-at-9.11.04-AM-300x212.png)