କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ । ଡୋପ୍ ଟେଷ୍ଟ ନଦେବାରୁ ନିଲମ୍ବନ କଲା ନାଡା ।

Advertisment
କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ । ଡୋପ୍ ଟେଷ୍ଟ ନଦେବାରୁ ନିଲମ୍ବନ କଲା ନାଡା ।

କନକ ବ୍ୟୁରୋ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳିବା କଷ୍ଟକର ମନେ ହେଉଛି। ଡୋପ୍ ଟେଷ୍ଟ ପାିଁ ମନା କରିବାରୁ କଠୋର ହୋଇଛି ନାଡା । ଫଳରେ ଆଜି ଏହି ଷ୍ଟାର କୁସ୍ତିଯୋଦ୍ଧାଙ୍କୁ ନିଲମ୍ବିତ କରାଯାଇଛି। ଏହି କଠୋର ପଦକ୍ଷେପ ଯୋଗୁଁ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣକୁ ନେଇ ସସପେନ୍ସ ବଢିଯାଇଛି ।

ନାଡାର ଏହି ନିଷ୍ପତ୍ତି ପରେ ଏବେ ପ୍ୟାରିସ୍ ଅଲିମ୍ପିକ୍ସକୁ ଯିବା ର ଆଶା ମଳିନ ପଡିଛି । ଚଳିତ ବର୍ଷ ମାର୍ଚ୍ଚରେ ସୋନିପତରେ ହୋଇଥିବା ଶୁଣାଣି ପରେ ବଜରଙ୍ଗ ପୁନିଆ ଡୋପ୍ ଟେଷ୍ଟ ଦେଇନଥିଲେ। ଏବେ ଯଦି ସେମାନଙ୍କ ଉପରେ ଲାଗିଥିବା ଏହି କଟକଣା ପ୍ରତ୍ୟାହାର କରାନଯାଏ ତେବେ ସେମାନେ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ଟ୍ରାଏଲରେ ଭାଗ ନେଇପାରିବେ ନାହିଁ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe