କରୋନା ମୁକାବିଲା ପାଇଁ ତତ୍ପର ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ: ଭୁବନେଶ୍ୱରରେ ଅସ୍ଥାୟୀ କ୍ୱାରେଂଟାଇନ ସେଂଟର ଖୋଲିବାକୁ ଚିହ୍ନଟ ହେଲା ୨୫ଟି ସ୍ଥାନ

ପ୍ରସ୍ତୁତ ରହିବାକୁ ମୁନସିପାଲିଟି କର୍ପୋରେସନ ଓ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

460

କନକ ବ୍ୟୁରୋ: ରାଜଧାନୀରେ ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲାଯିବାକୁ ନିର୍ଦ୍ଦେଶ ଦେଲେ ଗୃହ ଓ ନଗର ଉନ୍ନୟନ ବିଭାଗ । ସମସ୍ତ ସୁନସିପାଲ କମିଶନରକୁ ଏନେଇ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇ ଉଠିଛି ମୁନସିପାଲଟି କର୍ପରେସନ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେଟାଇନ ସେଂଟର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମ୍ୟୁନିଟି ସେଂଟର, ବିଜେପି କଲେଜର ଆର୍ଟ୍ସ ବ୍ଲକ, ଏକାମ୍ର କଲେଜରେ କ୍ୱାରେଟାଇନ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି ।

ସେପଟେ, ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଅନ୍ୟପଟେ, ରାଜ୍ୟରେ କରୋନା ଭୂତାଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା ପଂଚାୟତ ଉପ-ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ୨୪ ମାର୍ଚ୍ଚରେ ରାଜ୍ୟର ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ସେମସ୍ୱର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।