କୁଚିଣ୍ଡାରେ ଏନଏସି କର୍ମଚାରୀଙ୍କ ଦବଙ୍ଗଗିରି । ୨ ନାବାଳକଙ୍କୁ ଲୁହାରଡରେ ପିଟିଥିବା ଅଭିଯୋଗ । ତାତିଲେ ଲୋକେ, ରାତି ଅଧରେ ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ

ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି

204

କନକ ବ୍ୟୁରୋ: ଆଦିବାସୀଙ୍କ ନାବାଳକଙ୍କୁ କୁଚିଣ୍ଡାର ଏନଏସି କର୍ମଚାରୀ ଲୁହା ରଡରେ ପିଟିବା ନେଇ ହୋଇଛି ଅଭିଯୋଗ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ସୃଷ୍ଟି ହୋଇଛି ଉତେଜନା । ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିବା ଦାବିରେ କୁଚିଣ୍ଡା ଥାନା ସମ୍ମୁଖରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଛନ୍ତି । ଏନଏସିର ଅନେକ କର୍ମଚାରୀ ବାରମ୍ବାର ଲୋକଙ୍କୁ ହଇରାଣ କରୁଥିବାବେଳେ ସତ୍ୟାସତ୍ୟ ନବୁଝି ବିନା କାରଣରେ ଦୁଇଜଣ ନାବାଳକଙ୍କୁ ମାଡ ମାରିବା ନେଇ ତାତିଛନ୍ତି ଲୋକେ ।

ଏପରିକି ମାଡ ସମୟର ଭିଡିଓ ଏବେ ଭାଇରାଲ ହେଉଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁଚିଣ୍ଡା କୁଣ୍ଡାପୋଷି ୯ ନମ୍ବର ୱାର୍ଡରେ ଦୁଇ ଜଣ ଆଦିବାସୀ ନାବାଳକ ଛାତ୍ର କାମ ଚାଲିଥିବା ଘର ନିକଟରେ ବିସିଥିଲେ । ଏହି ସମୟରେ ଏନଏସିର ଜଣେ କର୍ମଚାରୀ ମଦ ପିଇ ସେମାନଙ୍କୁ ଆକ୍ରମଣ କରିିଥିବା ନେଇ ହୋଇଛି ଅଭିଯୋଗ ।