ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକକୁ ଏନଏସି ଘୋଷଣା ଦାବି କରିଛି ମୁନିଗୁଡା ମିଳିତ ମଂଚ । ଏନେଇ ମଂଚ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ଫଳରେ ମୁନିଗୁଡାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଗତ ୨୦୦୦ ମସିହାରୁ ମୁନିଗୁଡାକୁ ସରକାର ଏନଏସି ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ଏନଏସି ଘୋଷଣା ହୋଇନାହିଁ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମୁନିଗୁଡା ମିଳିତ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ମୁନିଗୁଡା ବ୍ଲକକୁ ଏନଏସି ଘୋଷଣା ଦାବିରେ ୧୨ ଘଂଟିଆ ବନ୍ଦ ପାଳନ
/kanak/media/post_attachments/wp-content/uploads/2016/04/vlcsnap-2016-04-01-13h33m10s517.png)