ଶାହାରୁଖଙ୍କ ପ୍ରିୟ ହୋଇଗଲେ ଓଡିଆ ପୁଅ । ଯୱାନ ପୋଷ୍ଟର ପେଣ୍ଟିଙ୍ଗ କରି ପପୁଲାର ହୋଇଗଲେ ରାହୁଳ

174

କନକ ବ୍ୟୁରୋ: ଇଏ ହେଉଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ମାଟିର ପୁଅ ରାହୁଲ ପାତ୍ରଙ୍କ କଥା । ଚିତ୍ର ଆଙ୍କିବାର ନିଶା ଆଜି ତାଙ୍କୁ ପୁରା ଦେଶରେ କରିଦେଇଛି ପପୁଲାର । ଶାହାରୁଖ ଖାନଙ୍କ ଅଭୀନିତ ଜୱାନ ଫିଲ୍ମର ୧୦ ମିଟର ଉଚ୍ଚ ପୋଷ୍ଟର ଆଙ୍କି ଖୋଦ୍ ଶାଖାରୁଖଙ୍କ ଅତି ପ୍ରିୟ ବନିଯାଇଛନ୍ତି । ଏଥିପାଇଁ ତାଙ୍କୁ ରାହୁଲଙ୍କୁ ଟ୍ୱିଟରରେ କରିଛନ୍ତି ଭୂୟସୀ ପ୍ରଶଂସା । ନିଜେ ଶାହାରୁଖଙ୍କ ଠାରୁ ଏଭଳି ଅନ୍ତରଙ୍ଗ ପ୍ରଶଂସା ପାଇବା ପରେ ରାହୁଲ ପାଲଟିଛନ୍ତି ଏକ ଚର୍ଚ୍ଚିତ ଚେହେରା । ରାହୁଳଙ୍କ ପରିଶ୍ରମ ସଫଳ ହୋଇଛି ବୋଲି କହିବା ସହ ରାହୁଳଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛା ।

ପିଲାବେଳୁ ପାଠପଢାରେ ଯେମିତି ଧୂରନ୍ଦର, ଚିତ୍ର ଆଙ୍କବାରେ ବି ସେମିତି ପାରଙ୍ଗମ ଥିଲେ ରାହୁଲ । କ୍ରିକେଟ୍, ହେଉ ବା ପଲିଟିକ୍ସ ଅବା ଫିଲ୍ମ ଯେତେବେଳେ ଯାହାକୁ ନେଇ ଚର୍ଚ୍ଚା ହୁଏ ତାର ପୋଟ୍ରେଟ୍ ବନାନ୍ତି ରାହୁଲ । ଏହାର ଭିଡିଓ ବନାଇ ମଧ୍ୟ ସେୟାର କରନ୍ତି । ଏହି କ୍ରମରେ ଶାହାରୁଖଙ୍କ ଅଭୀନିତ ‘ ଜୱାନ’ ଫିଲ୍ମ ହିଟ୍ ହେବାରୁ ଏହାର ୫ ମିଟର ଓସାର ଓ ୧୦ ମିଟର ଉଚ୍ଚତାର ବଡ ପୋଷ୍ଟର ବନାଇଲେ ଭିଡିଓ ବି ସୁଟ୍ କରିଥିଲେ । ଏହାକୁ ଫେସବୁକ୍ ଇନଷ୍ଟା , ଟ୍ୱିଟରରେ ସେୟାର କରିବା ପରେ ନେଟିଜେନ୍ସ ଖୁବ୍ ପ୍ରଶଂସା କରିଥିଲେ । ସେମାନଙ୍କ ମଧ୍ୟରୁ କେହି ଜଣେ ଶାହାରୁଖ୍ ଖାନଙ୍କୁ ଏହି ଭିଡିଓକୁ ପୋଷ୍ଟ କରିଦେଇଥିଲେ । ଏହାସହ ରାହୁଲଙ୍କର ଅନ୍ୟ ପେଣ୍ଟିଙ୍ଗ ଓ ଭିଡିଓ ମଧ୍ୟ ସେୟାର କରିଥିଲେ । ରାହୁଲଙ୍କ ଜୱାନ ପୋଷ୍ଟରକୁ ଦେଖି ଖୁସି ହୋଇଯାଇଥିଲେ ଶାହାରୁଖ୍ । ନିଜ ଟ୍ୱିଟର ହାଣ୍ଡେଲରୁ ରାହୁଲଙ୍କୁ ଜଣାଇଲେ ଶୁଭେଚ୍ଛା । ଯେଉଥିରେ ସେ ରାହୁଳଙ୍କୁ ମନଖୋଲି ପ୍ରଶଂସା କରିଥିଲେ । ଏବଂ ରାହୁଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ । ଶାହାରୁଖଙ୍କଠାରୁ ପ୍ରଶଂସା ପାଇବା ପରେ ରାହୁଲଙ୍କ ପରିଶ୍ରମ ସଫଳ ହୋଇଛି ବୋଲି କହିବା ସହ ଏହାକୁ ନେଇ ସେଲିବ୍ରେଟ୍ କରିଛନ୍ତି ରାହୁଲଙ୍କ ସାଙ୍ଗସାଥୀ ଓ ପରିବାର ।
ଜୱାନ ପୋଷ୍ଟର ଆଙ୍କି ରାହୁଳ କେବଳ ନିଜକୁ ନୁହେଁ ବରଂ ପୁରା ଜିଲ୍ଲା, ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।