ନବରଙ୍ଗପୁର ଉମରକୋଟରେ ଗୁଳିମାଡ : ଝରିଗାଁ ରୋଡରେ ସ୍ଥାନୀୟ ବ୍ୟବସାୟୀ ସଂଜୀବ ସୁବୁଦ୍ଧିଙ୍କୁ ଗୁଳି କଲେ ଦୁର୍ବୃତ୍ତ

ଅଂଟା ତଳକୁ ବାଜିଛି ଗୁଳି, ଅବସ୍ଥା ଗୁରୁତର; ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର

122

କନକ ବ୍ୟୁରୋ : ଉମରକୋଟ ସହରରେ ଫୁଟିଲା‌ ଗୁଳି । ଉମରକୋଟ ସହରର ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ଥିବା ନିଜ ଘରକୁ ଫେରୁଥିଲେ । ରାତି ପ୍ରାୟ ୯ଟା ୪୦ ମିନଟ ସମୟରେ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ୍ ୩ ଜଣ ଯୁବକ ଏକ କଳା ପସଲର ରେ ଆସି ତାଙ୍କୁ  ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଉଭାନ ହୋଇଗଲେ। ତାଙ୍କ ଅଣ୍ଟାରେ ଗୁଳିଟି ବାଜିଥିଲା ।  ଶ୍ରୀ ସୁବୁଦ୍ଧିଙ୍କୁ ଗୁଳିବାଜିବା ପରେ ସେ ବାଇକରୁ ତଳେ ପଡିଯାଇଥିଲେ । ଗୁଳିଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ବ୍ୟବସାୟୀ ସଂଜୀବଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ।

ଉମରକୋଟ ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବର ପାଇ ଉମରକୋଟ ପୁଲିସ ଘଟଣା ସ୍ଥଳ ଏବଂ ଡାକ୍ତରଖାନାକୁ ଯାଇ ତଦନ୍ତ କରିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଏହି ଗୁଳିକାଣ୍ଡ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ସହରବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ  ରହିଥିବା ଜଣାପଡିଛି । ଉମରକୋଟ ଥାନା ପୁଲିସ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି ।