ବିଧାନସଭା ନିର୍ବାଚନ ୨୦୧୯: ନବରଙ୍ଗପୁରରେ ‘ଶଙ୍ଖ’ ବଜାଇଲେ ସଦାଶିବ,  ବିଧାନସଭା ଆସନକୁ ଅକ୍ତିଆର କଲା ବିଜେଡି । ବିଧିବଦ୍ଧଭାବେ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ ।

442

କନକ ବ୍ୟୁରୋ: ବିଜେଡି ଖାତାକୁ ଗଲା ନବରଙ୍ଗପୁର ବିଧାନସଭା ଆସନ । ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର । ଜିଲ୍ଲାପାଳଙ୍କ ସୂଚନା ମୁତାବକ ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀଙ୍କୁ ୭ ହଜାର ୭୬ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ।

ଅନ୍ୟପଟେ ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ମଧ୍ୟାହ୍ନ ୧.୪୫ ମିନିଟ୍ ସୁଦ୍ଧା ଓଡ଼ିଶାରେ ବିଜେଡି ଦଳ ସବୁଠାରୁ ଆଗରେ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓଙ୍କ କହିବା ମୁତାବକ, ବିଜେଡି ଏବେ ସୁଦ୍ଧା ୧୧୫ଟି ବିଧାନସଭା ସିଟ୍ ରେ ଆଗୁଆ ରହିଥିବାବେଳେ ବିଜେପି-୨୧ ଏବଂ କଂଗ୍ରେସ ୮ଟି ଆସନରେ ସନ୍ତୁଷ୍ଟ ରହିଛି । ସେହିଭଳି ଲୋକସଭା ଆସନରେ ଭୋଟ୍ ଗଣତି ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୬, ବିଜେପି ୫ ଏବଂ କଂଗ୍ରେସ ଏଯାବତ୍ ଖାତା ଖୋଲିପରି ନାହିଁ ।