ବିଧାତାର ପରୀକ୍ଷା ଯେ କେତେ କଷ୍ଟକର ତାହା ଜଣେ ଭୁକ୍ତଭୋଗୀଠାରୁ ଅବା ଆଉ କିଏ ଜାଣିପାରିବ । ଯାହାର ଶିକାର ପାଲଟିଛି ଏହି କୁନି ଛୁଆଟି । ଈଶ୍ୱର ବି ହାରି ଯାଇଛନ୍ତି ଏହି ନିରୀହ ଶିଶୁ ପାଖରେ । କୁନି ଛୁଆଟେ ହେଲେ ମଧ୍ୟ ସହିବାର ଶକ୍ତି ଓ ବଞ୍ଚିବାର ଆଶା ତାକୁ ଅନ୍ୟ ମାନଙ୍କ ଆଗରେ ଉଦାହରଣ କରିଦେଇଛି । ନା ସେ ପାଟି ଖୋଲି ନିଜ ଯନ୍ତ୍ରଣାକୁ କହୁଛି ନା କାହାରିକୁ ସାହାଯ୍ୟର ଗୁହାରୀ କରୁଛି । ନିଜ ଯନ୍ତ୍ରଣା ଓ କଷ୍ଟ କୁ ନିଜ ଭିତରେ ଚାପି, ତାର ସେଇ ନିରୀହ ଆଖିରୁ ବୋହି ଯାଇଉଛି 'ରକ୍ତ' ର ଲୁହ  । ବାପା ମା’ଙ୍କ ଆର୍ଥିକ ଅବସ୍ଥା ଏଭଳି ଯେ ପିଲାଟିର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ତାଙ୍କ ପକ୍ଷେ କାଠିକର ପାଠ ହୋଇଗଲାଣି । ଛୁଆର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ ହୋଇଯାଇଥିଲେ ମଧ୍ୟ ଆରୋଗ୍ୟ ପାଇଁ ପ୍ରତିଦିନ ଲୋକଙ୍କୁ ଗୁହାରୀ କରୁଛନ୍ତି ବାପା ମା’ । 

Advertisment

publive-image

ନବରଙ୍ଗପୁରର ହରମଣି ଗୌଡଙ୍କ ଅଢେଇ ବର୍ଷର ସନ୍ତାନଙ୍କ ଏଭଳି ଦୁର୍ଦ୍ଦଶାକୁ ଦେଖି ଆଖପାଖ ଲୋକ ସାହାଯ୍ୟର ହାତ ବଢାଇଛନ୍ତି । କିଛି ସ୍ୱେଚ୍ଛାସେବୀ ଏହି ପରିବାରକୁ ସ୍ୱଳ୍ପରେ ହେଲେ ମଧ୍ୟ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଛୁଆଟିର ଆଖିର ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ ଏହା ଦେଖାଇବା ଆମ ପକ୍ଷେ ସମ୍ଭବ ନୁହଁ । ତେଣୁ ସହୃଦୟବାନ ଲୋକ ଯେ ଛୁଆଟିକୁ ପୁଣି ହସଖୁସିରେ ଦେଖିବାକୁ ଚାହୁଁଥାନ୍ତି ନିମ୍ନୋକ୍ତ ଠିକଣାରେ ସାହାଯ୍ୟ କରିବାକୁ ଅନୁରୋଧ ।

ଠିକଣା : 

ପିତାଙ୍କ ନାଁ : ହରମଣି ଗୌଡ

ରୋଗୀ ବୟସ : ଅଢେଇ ବର୍ଷ

ଫୋନ୍ ନଂ : ୭୬୦୯୮୯୧୮୭୪,୭୩୨୮୦୭୯୬୩୬

ସିତାବେଡା,ଜରିଗନ୍ ,ନବରଙ୍ଗପୁର ।