ଜେଲରୁ ଡାକ୍ତରଖାନା ଗଲେ ନବଜୋତ ସିଂ ସିଦ୍ଧୁ । ରୋଡରେଜ ମାମଲାରେ ଜେଲରେ ସିଦ୍ଧୁ । 

182

କନକ ବ୍ୟୁରୋ:  ଜେଲରୁ ଡାକ୍ତରଖାନା ଗଲେ ପଂଜାବ କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଜେଲ ଖାଦ୍ୟ ଖାଇବା କାରଣରୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ବିଗିଡି ଥିବା କୁହାଯାଉଛି । ଜେଲରେ ଖାଇବାକୁ ଦିିଆଯାଉଥିବା ରୁଟି ଓ ଡାଲି ଖାଇବା ତାଙ୍କ ସ୍ୱାସ୍ତ୍ୟ ପାଇଁ ଅହିତକର ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ । ତେଣୁ ପଟିଆଲା ଜେଲରେ ଏକ ବର୍ଷର ଜେଲଦଣ୍ଡ କାଟୁଥିବା ସିଦ୍ଧୁଙ୍କୁ ସୋମବାର ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜେଲ ପ୍ରଶାସନକୁ ସ୍ୱତନ୍ତ୍ର ଡାଏଟ ପାଇଁ ନିବେଦନ କରିଛନ୍ତି ସିଦ୍ଦୁ । ସେପଟେ କୋର୍ଟ ମେଡିକାଲ ରିର୍ପୋଟ ଆଧାରରେ ଶୁଣାଣୀ କରି ଫଇସଲା ଶୁଣାଇବେ ବୋଲି କହିଛନ୍ତି । ୧୯୮୮ ମସିହାେ ରୋଡରେଜ ମାମଲରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବର୍ତମାନ ସେ ପଟିଆଲ ଜେଲରେ ସଜା କାଟୁଛନ୍ତି ।