ଦୁର୍ଗା ଅଷ୍ଟମୀ ଦିନ କାହିଁକି କରାଯାଏ କନ୍ୟା ପୂଜନ ! ଜାଣନ୍ତୁ ଏହି କଥା

72

ନବରାତ୍ରୀରେ ସପ୍ତମୀ ତିଥିରୁ କନ୍ୟା ପୂଜନ ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ କନ୍ୟାଙ୍କୁ ଘରକୁ ଡାକି ତାଙ୍କର ସେବା ସକ୍ରାର କରାଯାଏ । କନ୍ୟାଙ୍କୁ ଧରିତ୍ରୀରେ ଦେବୀର ରୂପ ଭାବେ ଦେଖାଯାଏ durgastami। ଅଷ୍ଟମୀ ଦିନରେ ଛୋଟ ଛୋଟ କନ୍ୟାଙ୍କୁ ଦେବୀଙ୍କ ରୂପ ଭାବି ତାଙ୍କର ସ୍ୱାଗତ କରାଯାଏ । ବିଶ୍ୱାସ କରାଯାଏ କନ୍ୟାଙ୍କର ଦେବୀଙ୍କ ପରି ଆଦର ସତ୍କାର ଓ ଖାଦ୍ୟ ଖାଇବାକୁ ଦେଲେ ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ନିଜର ଭକ୍ତଙ୍କୁ ସୁଖ ସମୃଦ୍ଧିର ବରଦାନ ଦେଇଥାନ୍ତି । ନବରାତ୍ରି ପର୍ବ ଅବସରରେ କନ୍ୟା ପୂଜନର ମହତ୍ତ୍ୱ ରହିଛି ।

ନଅ କନ୍ୟାଙ୍କର ନଅ ଦେବୀଙ୍କର ପ୍ରତିବିମ୍ବ ଭାବେ ପୂଜା କରିବା ପରେ ଭକ୍ତଙ୍କର ନବରାତ୍ରି ବ୍ରତ ପୁରା ହୋଇଥାଏ । ନିଜର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ଭୋଗ ଲଗାଇ ଦକ୍ଷିଣା ଦେବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏମିତି ବି ଅନେକ ଲୋକ ସପ୍ତମୀରୁ କନ୍ୟା ପୂଜନ ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଯେଉଁ ଲୋକ ପୁରା ନଅ ଦିନ ର ବ୍ରତ କରିଥାନ୍ତି , ସେ ତିଥି ଅନୁସାରେ ନବମୀ ଓ ଦଶମୀରେ କନ୍ୟା ପୂଜନ କରିବା ପରେ ପ୍ରସାଦ ଗ୍ରହଣ କରି ବ୍ରତ ଖୋଲିଥାନ୍ତି । ଶାସ୍ତ୍ର ଅନୁସାରେ , କନ୍ୟା ପୂଜନ ପାଇଁ ଦୁର୍ଗାଷ୍ଟମୀ ଦିନ ସବୁଠୁ ଅଧିକ ମହତ୍ୱପୂର୍ଣ୍ଣ ଓ ଶୁଭ ବୋଲି ବିଶ୍ୱାସ କରାଯାଏ ।