୧୦ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇଲେ ନବରଙ୍ଗପୁରର ଫୁଲମତି: ଅସ୍ତ୍ରୋପଚାର କରି ଟ୍ୟୁମର କାଢିବା ପରେ ସୁସ୍ଥ ହୋଇ ଘରକୁ ଫେରିଗଲେ; ସାଇ ସେବା ସଦନ ହସ୍ପିଟାଲର ଡାକ୍ତରଙ୍କୁ ଦେଲେ ଧନ୍ୟବାଦ

115

କନକ ବ୍ୟୁରୋ: ଫୁଲମତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଏବେ ଘର ମୁହାଁ ଫୁଲମତି । ନବରଙ୍ଗପୁରକୁ ଫେରିଯାଇଛନ୍ତି । ସାଇ ସେବା ସଦନ ହସ୍ପିଟାଲର କର୍ତୃପକ୍ଷ, କର୍ମଚାରୀ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୦ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଖୁସି ଜାହିର କରିଛନ୍ତି ।

ଏ ହେଉଛନ୍ତି ନବରଙ୍ଗପୁରର ଫୁଲମତି । ୫୭କେଜିର ଟ୍ୟୁମର ଅପରେସନ ପରେ ଉଠି ବସୁଛନ୍ତି ଫୁଲମତି । ମା ମୁଣ୍ଡ ଆଉଁସି ଦେଉଛନ୍ତି ଆଉ ଫୁଲ ମତି କିଛି ଖାଉଛନ୍ତି । ଦେଖିଲେ ଆପେ ବୁଝିହୋଇଯାଉଛି କିପରି ଯନ୍ତ୍ରଣାରୁ ମୁକ୍ତ ହୋଇଛନ୍ତି ଫୁଲମତି । ହସ ହସ ମୁହଁରେ ଏବେ ଘରମୁହାଁ ଫୁଲମତି । ହସ୍ପିଟାଲରେ ୨୦ଦିନର ରହଣି ପରେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି । ଦୀର୍ଘ ୧୦ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଏବେ ନିଜ ଘରକୁ ଫେରୁଛନ୍ତି ।

ତେବେ ଅନେକ ସରକାରୀ ଡାକ୍ତରଖାନା ବୁଲି ଫେଲ ମାରିବା ପରେ କୁହୁଡି ସ୍ଥିତ ସାଇସେବା ସଦନରେ ଫୁଲମତିଙ୍କ ପେଟରୁ ୫୭କେଜି ଓଜନର ଟ୍ୟୁମର ଅପରେସନ କରାଯାଇ ବାହାର କରାଯାଇଥିଲା । ଏବେ ଫୁଲମତିଙ୍କୁ ଫୁଲମାଳ ପିନ୍ଧାଇ ହସ୍ପିଟାଲରୁ ବିଦାୟ ଦିଆଯାଇଛି ।

Comments are closed.