କନକ ବ୍ୟୁରୋ: ଫୁଲମତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଏବେ ଘର ମୁହାଁ ଫୁଲମତି । ନବରଙ୍ଗପୁରକୁ ଫେରିଯାଇଛନ୍ତି । ସାଇ ସେବା ସଦନ ହସ୍ପିଟାଲର କର୍ତୃପକ୍ଷ, କର୍ମଚାରୀ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୦ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଖୁସି ଜାହିର କରିଛନ୍ତି ।
ଏ ହେଉଛନ୍ତି ନବରଙ୍ଗପୁରର ଫୁଲମତି । ୫୭କେଜିର ଟ୍ୟୁମର ଅପରେସନ ପରେ ଉଠି ବସୁଛନ୍ତି ଫୁଲମତି । ମା ମୁଣ୍ଡ ଆଉଁସି ଦେଉଛନ୍ତି ଆଉ ଫୁଲ ମତି କିଛି ଖାଉଛନ୍ତି । ଦେଖିଲେ ଆପେ ବୁଝିହୋଇଯାଉଛି କିପରି ଯନ୍ତ୍ରଣାରୁ ମୁକ୍ତ ହୋଇଛନ୍ତି ଫୁଲମତି । ହସ ହସ ମୁହଁରେ ଏବେ ଘରମୁହାଁ ଫୁଲମତି । ହସ୍ପିଟାଲରେ ୨୦ଦିନର ରହଣି ପରେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି । ଦୀର୍ଘ ୧୦ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଏବେ ନିଜ ଘରକୁ ଫେରୁଛନ୍ତି ।
ତେବେ ଅନେକ ସରକାରୀ ଡାକ୍ତରଖାନା ବୁଲି ଫେଲ ମାରିବା ପରେ କୁହୁଡି ସ୍ଥିତ ସାଇସେବା ସଦନରେ ଫୁଲମତିଙ୍କ ପେଟରୁ ୫୭କେଜି ଓଜନର ଟ୍ୟୁମର ଅପରେସନ କରାଯାଇ ବାହାର କରାଯାଇଥିଲା । ଏବେ ଫୁଲମତିଙ୍କୁ ଫୁଲମାଳ ପିନ୍ଧାଇ ହସ୍ପିଟାଲରୁ ବିଦାୟ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/5-10.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-08-07h32m29s206.png)
/kanak/media/post_attachments/wp-content/uploads/2020/11/2-8-1024x592.jpg)