ନବରଙ୍ଗପୁର : ଜଙ୍ଗଲ ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମାବାସୀ

35

କନକ ବ୍ୟୁରୋ : ଜଙ୍ଗଲ ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମାବାସୀ । ଫରେଷ୍ଟରଙ୍କ ବିରୋଧରେ ଅଫିସ୍ ଘେରାଉ କରିଛନ୍ତି ମୁର୍ତୁମା ଗ୍ରାମ ଜଙ୍ଗଲ ସୁରକ୍ଷା କମିଟିର ଶତାଧିକ ସଦସ୍ୟ । ଫରେଷ୍ଟର ଲାଂଚ ନେଇ କାର୍ଯ୍ୟକରୁଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ହୋହାଲ୍ଲା କରିଛନ୍ତି ।

କମିଟି ପକ୍ଷରୁ କୁହାଯାଇଛି ଯେ ଗତ ୨୫ତାରିଖ ଦିନ ମୁର୍ତୁମା ଜଙ୍ଗଲ ଅଂଚଳରୁ ଚୋରା ବାଲି ଚାଲାଣ କରୁଥିବାବେଳେ ଏକ ଟ୍ରାକ୍ଟରକୁ ଜବତ କରିଥିଲେ ସୁରକ୍ଷା କମିଟିର ସଦସ୍ୟ । ଏବଂ ସେହି ଟ୍ରାକ୍ଟରକୁ ଫରେଷ୍ଟରଙ୍କ ଜିମା ଦେଇଥିଲେ । କିନ୍ତୁ ଟ୍ରାକ୍ଟର ମାଲିକଙ୍କ ବିରୋଧରେ କୋ÷ଣସି କାର୍ଯ୍ୟନୁଷ୍ଠାନ ନେବା ବଦଳରେ ଲାଂଚ ନେଇ ଗାଡିଟିକୁ ଫରେଷ୍ଟର ଛାଡି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ଏନେଇ ରେଞ୍ଜର କହିଛନ୍ତି ବାଲି ଉଠାଉଥିବା ଟ୍ରାକ୍ଟର ମାଲିକଙ୍କ ନାଁରେ ସିଆରପିସିର ଧାରା ଅନୁସାରେ କେସ୍ କରାଯିବା ସହ ନୋଟିସ୍ କରାଯାଇଛି । ଏବଂ ତାଙ୍କ ଅଜାଣତରେ ଫରେଷ୍ଟର ଟ୍ରାକ୍ଟରଟିକୁ ଛାଡି ଦେଇଛନ୍ତି । ତେଣୁ ସମ୍ପୃକ୍ତ ଫରେଷ୍ଟରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।