ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ : ନବରଙ୍ଗପୁରରେ ଯନ୍ତ୍ରୀଙ୍କ ବୋଲେରୋରୁ ଜବତ ହେଲା ୩ଲକ୍ଷ ୧୧ ହଜାର ଟଙ୍କା ଭର୍ତ୍ତି ବ୍ୟାଗ 

Advertisment
ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ : ନବରଙ୍ଗପୁରରେ ଯନ୍ତ୍ରୀଙ୍କ ବୋଲେରୋରୁ ଜବତ ହେଲା ୩ଲକ୍ଷ ୧୧ ହଜାର ଟଙ୍କା ଭର୍ତ୍ତି ବ୍ୟାଗ 

କନକ ବ୍ୟୁରୋ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ  ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି ।

ଏହି ଘଟଣାରେ କୋଷାଗୁମୁଡା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ଓ ରାଇଘର ଉମରକୋଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଅଟକ ରଖିଛି । ବୋଲେରୋ ଗାଡିକୁ ଜବତ କରି ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe