କନକ ବ୍ୟୁରୋ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି ।
ଏହି ଘଟଣାରେ କୋଷାଗୁମୁଡା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ଓ ରାଇଘର ଉମରକୋଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଅଟକ ରଖିଛି । ବୋଲେରୋ ଗାଡିକୁ ଜବତ କରି ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/3-19.jpg)