କରୋନା ସଂକ୍ରମିତ ହେବା ପରେ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କଲେ ବୃଦ୍ଧ : ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା

150

କନକ ବ୍ୟୁରୋ : ମାନସିକ ଭାରସାମ୍ୟ ହରାଇ କୋରାନା ସଂକ୍ରମିତ ହୋଇଥିବା ବୃଦ୍ଧ କଲେ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଇଟିଡିଏ କଲୋନୀ ପଛପଟ ବସ୍ତିରେ ଘଟିଛି ଏହି ଅଭାବନୀୟ ଘଟଣା । ବୃଦ୍ଧ ଜଣଙ୍କ ହେଉଛନ୍ତି ସୁନିଲ ହାଲଦାର, ତାଙ୍କ ବୟସ ପାଖାପାଖି ୭୦ ହେବ । ସେ ତାଙ୍କ ସାନ ପୁଅ ତାରକ ହାଲଦାରଙ୍କ ପାଖରେ ରହୁଥିଲେ । କରୋନା ସଂକ୍ରମିତ ଚିହ୍ନଟ ପରେ ୭ ଦିନ ହେବ ସଂଗରୋଧରେ ରହୁଥିଲେ । ଗତ ରାତିରେ ସେ ଘର ନିକଟରେ ଥିବା ଏକ ଛୋଟିଆ ଗଛରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।