କନକ ବ୍ୟୁରୋ : କରୋନା ପ୍ରଭାବ ସବୁ ବର୍ଗର ଲୋକଙ୍କ ଉପରେ ପଡିଛି । ହେଲେ କରୋନା ମାଡରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ । କରୋନା ପାଇଁ କମିଛି ରୋଜଗାର । ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ରାସ୍ତାକଡରେ ବସି ବିକ୍ରି କରୁଥିବା ବ୍ୟବସାୟୀ ।
ଫୁଟପାତରେ ଖୋଲା ଆକାଶ ତଳେ ରାସ୍ତା କଡର ଗଛ ମୂଳେ ଖଟିଆ ପକାଇ ଛୋଟ ଦୋକାନ ଟିଏ କରି ନିଜର ଗୁଜୁରାଣ ମେଂଟାଉଥିଲେ ନବରଙ୍ଗପୁର ଏହି ବ୍ୟକ୍ତି ଜଣଙ୍କ । ହେଲେ, କରୋନା ତାଙ୍କ ଉପରେ ଚଡକ ଭଳି ପଡିଛି । କରୋନା କଟକଣା ଯୋଗୁଁ ଦିନକୁ ଅତି ବେଶୀରେ ଜଣେ ଦୁଇ ଜଣ ଗ୍ରାହକ ଆସୁଛନ୍ତିି । ଫଳରେ ରୋଜଗାର କମିବା ସହ ସଂଚୟ କରିଥିବା ପଇସା ମଧ୍ୟ ଶେଷ ହେବାକୁ ବସିଲାଣି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା କେବଳ ଜଣଙ୍କର ସମସ୍ୟା ନୁହେଁ । କରୋନା କଟକଣା ଯୋଗୁଁ ସମସ୍ତ ଫୁଟପାତ ବ୍ୟବସାୟୀଙ୍କର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ତେଣୁ ସେମାନଙ୍କୁ ସରକାର ସହାୟତା ଯୋଗାଇ ଦେବାକୁ ମତ ରଖିଛନ୍ତି ବୁଦ୍ଧିଜୀବୀ ।