ନବରଙ୍ଗପୁର ଆରଟିଓଙ୍କ ଲାଂଚ ଭିଡିଓ ଭାଇରାଲ ! ଚାକିରି ସ୍ଥାୟୀ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଲାଂଚ ନେଇଥିବା ଅଭିଯୋଗ

ଥାନାରେ ଏତଲା

335

କନକ ବ୍ୟୁରୋ: ଆରଟିଓଙ୍କ ଲାଂଚ ଭିଡିଓ । ନବରଙ୍ଗପୁରରେ ଏପରି ଏକ ଭିଡିଓ ଭାଇରାଲ ଭାଇରାଲ ହୋଇଛି, ଯେଉଁଥିରେ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁର ଲାଂଚ ନେଇଥିବା ଅଭିଯୋଗ ହୋଇଛି । ଭିଡିଓରେ ଲାଂଚ ଟଙ୍କା ଫେରାଇବା ପାଇଁ ଦାବି କରୁଥିବା ଯୁବକ ସହ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି । ପୂରା ଭିଡିଓଟି ଦେଖିଲେ ଲାଂଚ କାରବାର ହୋଇଥିବା ବୁଝା ପଡୁଛି ।

ଭିଡିଓରେ ଆଂଚଳିକ ପରିବହନ ଅଧିକାରୀ କହୁଛନ୍ତି, କାହା ଠାରୁ କେତେ ଟଙ୍କା ନିଆଯାଇଛି ତାକୁ ଫେରାଇ ଦିଆଯିବ । ଏଥିରେ ବଡ଼ ବାବୁଙ୍କ ନାଁ ମଧ୍ୟ ଅଭିଯୋଗକାରୀ ନେଇଛନ୍ତି । ଏହା ସହ ଫଟୋ ଚିତ୍ର ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ଯେଉଁଥିରେ ପରିବହନ ଅଧିକାରୀ ଜଣେ ଯୁବକଙ୍କ ଠାରୁ ଟଙ୍କା ନେଉଥିବା ଦେଖାଯାଉଛି । ମୋବାଇଲକୁ ମୋବାଇଲ ଏହି ଭିଡିଓ ଘୁରିବୁଲିବା ପରେ ଏହାକୁ ନବରଙ୍ଗପୁରରେ ଜୋରଦାର ଚର୍ଚ୍ଚା ହେଉଛି । ଦେଖନ୍ତୁ, ଏହି ଭାଇରାଲ ଭିଡିଓକୁ ।

ସେପଟେ ଲାଂଚ ନେବା ଭିଡିଓ ସଂପର୍କରେ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଏ ନେଇ ଥାନାରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ଲକ୍ଷ୍ମୀନାଥ ହରିଜନ । ଅଭିଯୋଗ ଅନୁସାରେ ଲକ୍ଷ୍ମୀନାଥ, ଆରଟିଓ ଅଫିସରେ ଡାଟା ଏଂଟ୍ରି ଅପରେଟର ଭାବେ ଚାକିରି କରୁଥିଲେ ଲକ୍ଷ୍ମୀନାଥ । ଲକ୍ଷ୍ମୀନାଥଙ୍କ ଚାକିରିକୁ ସ୍ଥାୟୀ କରିବାକୁ ୪୫ ହଜାର ଟଙ୍କା ଦାବି କରିଥିଲେ ଆରଟିଓ । ଟଙ୍କା ଦେବା ପରେ ଚାକିରି ସ୍ଥାୟୀ କରିବା ଦୂରେ ଥାଉ, ତାଙ୍କୁ ଅଫିସରୁ ବିଦା କରାଯାଇଥିଲା । ଏହା ପରେ ସେ ଟଙ୍କା ଫେରି ପାଇବା ପାଇଁ ଆରଟିଓଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ । ଆଉ ଗୁପ୍ତ ଭାବେ ରେକର୍ଡ କରିଥିଲେ ସେମାନଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ।