କନକ ବ୍ୟୁରୋ : ଭଣଜାର ଲୁହାରଡ ଆକ୍ରମଣରେ ଗୁରୁତର ହୋଇଛନ୍ତି ମାମୁଁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଣ୍ଡସା ଗାଁର ମନ୍ମଥ ଗଣ୍ଡ ନାମକ ଜଣେ ବ୍ୟକ୍ତିଙ୍କୁ ଏଭଳି ଆକ୍ରମଣ ହୋଇଛି । ଜମିଜମା ବିବାଦରୁ ଏଭଳି ଘଟଣା ଘଟିଛି । ମନ୍ମଥ ଜମିରୁ ଫେରି ଘରେ ଥିବା ସମୟରେ ତାଙ୍କ ଭଣଜା ଓ ତିନି ସାଙ୍ଗ ଏହି ଆକ୍ରମଣ କରିଥିଲେ । ମନ୍ମଥଙ୍କ ଦେହରେ ଲୁହାରଡ ପଶିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଭଣଜା ଆକ୍ରମଣରେ ମାମୁ ଗୁରୁତର : ମାମୁ ପେଟରେ ଲୁହାରଡ ଭୁଷିଲା ଭଣଜା, ନବରଙ୍ଗପୁରରୁ ଆସିଲା ଅଭାବନୀୟ ଘଟଣା
/kanak/media/post_attachments/wp-content/uploads/2021/07/vlcsnap-2021-07-01-12h03m20s995.png)