ମହଙ୍ଗା ପଡିଲା ମୋବାଇଲ ଚୋରି । ଗାଁ ଦାଣ୍ଡରେ ହାତଗୋଡ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ

68

କନକ ବ୍ୟୁରୋ : ନବରଙ୍ଗପୁରରୁ ଆସିଛି ଏକ ସ୍ପର୍ଶକାତର ଭିଡିଓ । ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକ ଧରା ପଡ଼ିବା ପରେ ଗାଁ ଦାଣ୍ଡରେ ହାତ ଗୋଡ ବାନ୍ଧି ଦିଆଯାଇଛି ଶାସ୍ତି । ଚୋରି କରିଥିବା ଯୁବକର ହାତ ଓ ଗୋଡ କୁ ବାନ୍ଧି ଗାଁ ଦାଣ୍ଡରେ ଶାସ୍ତି ଦିଆଯାଇଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓର ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧିଭଟ୍ଟା ଗାଁର ।

କୋଷାଗୁମୁଡ଼ା ଥାନା ପଣ୍ଡୁଗୁଡା ପଂଚାୟତ ଅନ୍ତର୍ଗତ ପୁଜାରିଗୁଡ଼ା ଗ୍ରାମର ଜଣେ ଯୁବକ ସେହି ଗ୍ରାମ ର ଏକ ମୋବାଇଲ ଚୋରି କରି ନେଇଥିଲେ । ତେବେ ଚୋରି ମୋବାଇଲ ଧରି ଯୁବକ ଜଣକ ତାଙ୍କ ସ୍ତ୍ରୀ ସହ ବୁଲିବା ପାଇଁ ନିଜ ସମ୍ପର୍କୀୟ ଘର ସିନ୍ଧିଭଟ୍ଟାକୁ ବୁଲି ଆସିଥିଲେ । କୌଣସି ସୂତ୍ରରୁ ମୋବାଇଲ ମାଲିକ ଜାଣିବା ପରେ ସିନ୍ଧିଭଟ୍ଟା ଗ୍ରାମରେ ଆସି ପଂହଚିଥିଲେ । ମୋବାଇଲ ଚୋରି କରିଥିବା ଯୁବକ ଏ ସମ୍ପର୍କରେ ଜାଣି ସେଠାରୁ ଖସି ଯିବାକୁ ଚେଷ୍ଟା କରିବା ସମୟରେ ଗାଁ ଲୋକେ କାବୁ କରିନେଇଥିଲେ । ତାଙ୍କୁ ଗାଁ ଦାଣ୍ଡରେ ହାତଗୋଡ ବାନ୍ଦି ଶାସ୍ତି ଦିଆଯାଇଥିଲା । ପ୍ରଶ୍ନ ଉଠୁଛି, ଦୋଷୀକୁ ଦଣ୍ଡ ଦେବା ପାଇଁ ଆଇନ କାନୁନ ରହିଛି । ଏହାସତ୍ୱେ ଲୋକେ ଆଇନକୁ ହାତକୁ ନେଲେ କିଭଳି ।