ନବରଙ୍ଗପୁରରେ ଲଜ୍ଜା : ପୁଅ-ଝିଅ ରାତିରେ କଥା ହେଲେ ବୋଲି ବାହାଘର କରାଇବାକୁ ଉଦ୍ୟମ କଲେ ଯୁବଗୋଷ୍ଠୀ

ପୋଲିସରେ ଅଭିଯୋଗ ପରେ ରାତି ଅଧିଆ ଚଢାଉ, ଗାଁ ଯୁବକ ଶୂନ୍ୟ

278

କନକ ବ୍ୟୁରୋ : ପୁଅ-ଝିଅ ରାତିରେ କଥା ହେବାରୁ ଦୁଇ ଜଣଙ୍କୁ ଜୋର ଜବରଦସ୍ତି ଗାଁ ଦାଣ୍ଡ ରେ ବୁଲାଇବା ସହ ବାହାଘର କରାଇବାକୁ ଉଦ୍ୟମ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୋନପୁର ଡିଏନକେ ଗାଁରେ ଘଟିଛି ଏଭଳି ଲଜ୍ୟାକର ଘଟଣା । ସୂଚନା ଅନୁଯାୟୀ, ସାନ ଭଉଣୀର ଶଶୁର ଘରକୁ ବଡ ଭଉଣୀ ବୁଲିଆସଥିବା ବେଳେ ରାତିରେ ଗାଁର ଜଣେ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିଲେ ।

ଏହା ଦେଖି ଗାଁର କିଛି ଯୁବକ ଦୁହଁଙ୍କୁ ଜୋର୍ ଜବରଦସ୍ତ ବନ୍ଦ କୋଠରୀରେ ଅଟକ ରଖି ଦୁଇ ଜଣଙ୍କ ଭିଡିଓ ଉତୋଳନ କରିଥିଲେ । କେବଳ ଏତିକି ନୁହେଁ ଅନ୍ଧାର ରାତିରେ ଦୁହଁଙ୍କୁ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ କରିଥିଲେ । ଝିଅକୁ ଆଣିବା ପାଇଁ ବାପା ଯାଇଥିବା ବେଳେ ବାପାଙ୍କୁ ବି ଗ୍ରାମ କମିଟିର ସଦସ୍ୟ ମାନେ ବାଡେଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ରାଇଘର ଥାନାର ଦ୍ୱାରସ୍ଥ ହେଇଛନ୍ତି ପୀଡିତା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।