କନକ ବ୍ୟୁରୋ : ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଘାଟଗୁଡା ଗାଁର ମଧୁ ବିଶ୍ୱାଳ । ଜମିକୁ ନେଇ ମଧୁ ବିଶ୍ୱାଳ ସହ ସାନ ଭାଇ ନରସିଂହ ପାଇ ଓ ପୁତୁରା ନୀଳକଣ୍ଠ ପାଇକ ସହ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା ।

Advertisment

ବଡ ଭାଇ ଅଧିକ ଜମି ରଖିଥିବା ଅଭିଯୋଗ ଆଣି ସାନ ଭାଇ ଓ ପୁତୁରା ଗଣ୍ଡଗୋଳ କରୁଥିଲେ । ସୋମବାର ବିବାଦ ଉଗ୍ର ରୁପ ନେଇଥିଲା । କଥା କଟାକଟିରୁ ଉତେଜନା ବଢି ହାତାହାତି ହୋଇଥିଲେ । ଠେଲାପେଲା ସମୟରେ ତଳେ ପଡିଯବାରୁ ମଧୁ ବିଶ୍ୱାଳଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଗୁରୁତର ହୋଇପଡିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।