ଲୁଟ୍ ଦେଖିଛି ସିସିଟିଭି : ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଲୁଟ୍ ସ୍ଥଳର ସିସିଟିଭି ଫୁଟଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ପୁଲିସ

114

କନକ ବ୍ୟୁରୋ : ଲୁଟ୍ ଦେଖିଛି ସିସିଟିଭି । ନବରଙ୍ଗପୁର ଉମରକୋଟରେ ଦ୍ୱିନ ଦ୍ୱିପହରରେ ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକ୍ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସିସିଟିଭି ଫୁଟଜକୁ ଆଧାର କରି ପୁଲିସ ତଦନ୍ତ କରୁଛି ।

ସେହି ସିସିଟିଭି ଫୁଟେଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ଉମରକୋଟ ପୁଲିସ । ବ୍ୟବସାୟୀ ଜଣଙ୍କ ଟଙ୍କା ବ୍ୟାଗକୁ ଗାଡି ଟାଙ୍ଗୀ ପାଖକୁ ଯାଇଥିବା ବେଳେ ଦୁର୍ବୃତ ତାଙ୍କ ବ୍ୟାଗ ଲୁଟି ନେଇଛି । ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟବସାୟୀ ସଂଜୟ ଏକ ଗ୍ରୋସରୀ ଦୋକାନ କରିଛନ୍ତି ।