କନକ ବ୍ୟୁରୋ : ଲୁଟ୍ ଦେଖିଛି ସିସିଟିଭି । ନବରଙ୍ଗପୁର ଉମରକୋଟରେ ଦ୍ୱିନ ଦ୍ୱିପହରରେ ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକ୍ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସିସିଟିଭି ଫୁଟଜକୁ ଆଧାର କରି ପୁଲିସ ତଦନ୍ତ କରୁଛି ।
ସେହି ସିସିଟିଭି ଫୁଟେଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ଉମରକୋଟ ପୁଲିସ । ବ୍ୟବସାୟୀ ଜଣଙ୍କ ଟଙ୍କା ବ୍ୟାଗକୁ ଗାଡି ଟାଙ୍ଗୀ ପାଖକୁ ଯାଇଥିବା ବେଳେ ଦୁର୍ବୃତ ତାଙ୍କ ବ୍ୟାଗ ଲୁଟି ନେଇଛି । ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟବସାୟୀ ସଂଜୟ ଏକ ଗ୍ରୋସରୀ ଦୋକାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/21-20.jpg)