ନବରଙ୍ଗପୁର ବିଧାନସଭା ପରେ ଏବେ ଲୋକସଭା ଆସନକୁ ଦଖଲ କରିପାରେ ବିଜେଡି, ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ରମେଶ ମାଝୀ ଆଗୁଆ ।

230

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା ବିଜୟ ଅଭିଯାନ ପଥରେ ବଢୁଛି ବିଜେଡି । ନବରଙ୍ଗପୁର ବିଧାନସଭାରେ ବାଜିମାତ୍ କରିବାପରେ ଏବେ ନବରଙ୍ଗପୁର ଲୋକସଭା ଆସନକୁ ଅକ୍ତିଆର କରିବାକୁ ବଢୁଛି ବିଜେଡି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ମୁତାବକ, ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ୪୨ହଜାର ୮୯ ଭୋଟରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଠାରୁ ଆଗୁଆ ରହିଛନ୍ତି ।

ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ମୁତାବକ, ବିଜେଡି ଏବେ ସୁଦ୍ଧା ୧୧୫ଟି ବିଧାନସଭା ସିଟ୍ ରେ ଆଗୁଆ ରହିଥିବାବେଳେ ବିଜେପି-୨୧ ଏବଂ କଂଗ୍ରେସ ୮ଟି ଆସନରେ ସନ୍ତୁଷ୍ଟ ରହିଛନ୍ତି । ସେହିଭଳି ଲୋକସଭା ଆସନରେ ଭୋଟ୍ ଗଣତି ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୬, ବିଜେପି ୫ ଏବଂ କଂଗ୍ରେସ ଏଯାବତ୍ ଖାତା ଖୋଲିପରି ନାହିଁ ।