କନକ ବ୍ୟୁରୋ : ଜିଆରଏସ ଅର୍ଥାତ ଗ୍ରାମ ରୋଜଗାର ସହାୟକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ନବରଙ୍ଗପୁର ଉମରକୋଟ ବ୍ଲକ ସଂସାରୀ ଓ ଭଣ୍ଡାରୀଗୁଡ଼ା ପଂଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଗବତୀ ସାହି ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଜୟପୁର, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ାର ଭିଜିଲାନ୍ସ ଟିମ ଭାଗ ନେଇଛନ୍ତି । ୨ଜଣ ଡିଏସପିଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।
ନବରଙ୍ଗପୁର ଉମରକୋଟରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ରେଡ୍ ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା
/kanak/media/post_attachments/wp-content/uploads/2021/01/12-26.jpg)