କନକ ବ୍ୟୁରୋ : ଶେଷ ଇଛା ପୂରଣ କଲା ଝିଅ, ବାପାଙ୍କୁ ଦେଲା ମୁଖାଗ୍ନୀ । ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହାସୀ ଝିଅ ରେଶମା । ଘରେ ପୁଅ ନଥିବାରୁ ଶେଷ ସମୟରେ ଝିଅ ହିଁ ମୁଖାଗ୍ନୀ ଦେଉ ବୋଲି ବାପା କଟେଶ୍ୱର ରାଓଙ୍କ ଇଛା ଥିଲା । ବାପାଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିଛି ଝିଅ, ନବରଙ୍ଗପୁରରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା । ହିନ୍ଦୁ ରିତୀନୀତି ଅନୁଯାୟୀ ବାପା ମାଙ୍କ ଶବକୁ ପୁଅ ହିଁ ମୁଖାଗ୍ନି ଦେଇଥାନ୍ତି ।

Advertisment

ତେବେ ନବରଙ୍ଗପୁରର କଟେଶ୍ୱର ରାଓଙ୍କ ମୃତ୍ୟୁ ପରେ ବଡ଼ ଝିଅ ରେଶମା ରାଓ ବାପାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ବାପା କଟେଶ୍ୱର ରାଓ ଜଣେ ସମାଜସେବୀ ଭାବେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ଝିଆ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି । ରୁଢବାଦୀ ଚିନ୍ତାଧାରକୁ ଶକ୍ତ ଚାପୁଡା ସହ ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁରର ସାହାସୀ ଝିଅ ରେଶମା ରାଓ ।