କନକ ବ୍ୟୁରୋ : ସାର ଅଭାବକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକୁଛି ଚାଷୀ ଅସନ୍ତୋଷ । ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ତିନି ଦିନ ହେଲା ଲଗାତାର ଆନ୍ଦୋଳନ ଚଳାଇଛନ୍ତି ନବରଙ୍ଗପୁରର ଚାଷୀ । ଯେଉଁ ସମୟରେ ଭଲ ଅମଳ ପାଇଁ ଚାଷୀ ଜମିରେ ପରିଶ୍ରମ କରିବା କଥା, ସେତିକିବେଳେ ସାର ଅଭାବ ଯୋଗୁଁ ଏମିତି ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି ।
ଏ ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର । ସାର ଅଭାବ ଯୋଗୁଁ ବାରମ୍ବାର ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ନହେବାରୁ ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ରାସ୍ତା ଅବରୋଧ କରିଛନ୍ତ । ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଥିବାବେଳେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ସ୍ଥାନୀୟ ବିଡିଓ, ତହସିଲଦାର ଓ ବ୍ଲକ କୃଷି ଅଧିକାରୀ । ସନ୍ଧ୍ୟା ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ହଟିଥିଲେ ଚାଷୀ ।
ୟୁରିଆ, ପଟାସ, ଡିଏପି ସାରର ଦେଖା ଦେଇଥିବା ଅଭାବ ଏବେ ସାରା ଜିଲ୍ଲାରେ ଏକପ୍ରକାର ଆନ୍ଦୋଳନର ରୂପ ନେବାକୁ ବସିଲାଣି । ଦୁଇ ଦିନ ତଳେ ଉମରକୋଟରେ ଶହ ଶହ ଚାଷୀ ଶୋଭାଯାତ୍ରା କରିବା ସହ କୃଷି ଅଧିକାରୀଙ୍କୁ ଚଲାଇ ଚଲାଇ ନେଇଥିଲେ । ତେବେ ଚାଷୀଙ୍କୁ ତୁରନ୍ତ ସାର ଦିଆଯିବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ ଚାଷୀ । ତେବେ ଏହା କୌଣସି ଗୋଟିଏ ସ୍ଥାନର ସମସ୍ୟା ହୋଇନଥିବାରୁ ଓ ସାରା ରାଜ୍ୟର ସମସ୍ୟା ହୋଇଥିବାରୁ ଏହାକୁ ତୁରନ୍ତ ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/25-4.jpg)