କନକ ବ୍ୟୁରୋ : ଧାନ ଫସଲରେ ଚକଡ଼ା ଆତଙ୍କ । ଏକର ଏକର ଜମିରେ ମାଡ଼ିଲା ଚକଡ଼ା ପୋକ ଏବଂ ନଷ୍ଟ ହେଲା ଫସଲ । ଚାଷୀ ନିରାଶ ହୋଇ ସୁନାର ଖେତରେ ଛାଡ଼ିଦେଲେ ଗୋରୁ ଗାଈ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚାନ୍ଦା ହାଣ୍ଡି ବ୍ଲକ ଫୁଣ୍ଡେଲ୍ପଦା ଗାଁରେ । ବର୍ଷ ତମାମ ପରିଶ୍ରମ କରି ସୁନାର ଫସଲ ଫଳାଇବା ନେଇ ସ୍ୱପ୍ନ ଦେଖିଥିଲା ଚାଷୀ । ସେହି ଫସଲ ଏବେ ଗୋରୁଙ୍କ ମୁହଁରେ ।
କାରଣ ଫସଲରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇ ଅଗାଡି଼ ହୋଇଯାଇଛି । ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଚକଡ଼ା ପୋକ ପାଇଁ ଫସଲ ହାନୀ ଚାଷୀ ଚିନ୍ତାର କାରଣ ପାଲଟିଛି । ଚକଡ଼ା ପୋକ ଉଜାଡ଼ି ଦେଇଛି ଚାଷୀର ଖୁସି । ଧାର କରଜ କରି ଚାଷ କରିଥିବା ଚାଷୀ ବର୍ତମାନ ମୁଣ୍ଡରେ ହାତ ଦେଇ ବସିଛି । କେମିତି ସୁଝିବ ଋଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/24.jpg)