ଦୁର୍ଘଟଣା ପଛରେ ଦ୍ରୁତଗତି ? ବସର ଅଧିକ ବେଗ ପାଇଁ ବଡ ଦୁର୍ଘଟଣା ଅଭିଯୋଗ । ବ୍ରହ୍ମପୁର ଛାତିଥରା ଦୁର୍ଘଟଣା ପରେ ବି କେହି ଚେତୁନାହାନ୍ତି । କେତେ ଜୀବନ ଗଲେ ନିଦ ଭାଙ୍ଗିବ ?

ଯେତେବେଳେ ବି ବସ ଦୁର୍ଘଟଣା ହୁଏ ସେତେବେଳେ ବସ ଡ୍ରାଇଭର ଚେତି ଯାଆନ୍ତି । କାନମୁଣ୍ଡ ଆଉଁସି ହୋଇ କେବେ ଭୁଲ କରିବେନି ବୋଲି ଶପଥ ନିଅନ୍ତି । ଆଉ ସରକାର ବି ଏଭଳି ଭୁଲର ପୁନରାବୃତି ନହେବାକୁ ଗଣମାଧ୍ୟମ ଆଗରେ ଓଡିଶାବାସୀଙ୍କ ଆଗରେ ସଫେଇ ଦିଅନ୍ତି । ହେଲେ ଦିନ କେଇଟା ପରେ ଯଥା ପୂର୍ବଂ ତଥା ପରଂ ।

341

କନକ ବ୍ୟୁରୋ: ନବରଙ୍ଗପୁର ପାପଡାହାଣ୍ଡି ନିକଟରେ ବସ ଓଲଟି ୨ ମୃତ, ୨୦ ଆହତ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ମଝିରେ ଘଟିଲା ବଡ ଦୁର୍ଘଟଣା । ବସ ଆଗରୁ ଗାଈ ପଳାଇ ଆସିବାରୁ ଭାରସାମ୍ୟ ହରାଇ ଓଲଟିପଡିଲା ବସ । ତେବେ ଦୁର୍ଘଟଣାରେ ୨୦ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୫୦ରୁ ଅଧିକ ଯାତ୍ରୀ ବସରେ ଥିଲେ । ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ପାପଡାହାଣ୍ଡି ନିକଟରେ ଦୁର୍ଘଟଣା ।

ତେବେ ସବୁଠାରୁ ବଡ କଥା ହେଉଛି ଦୁର୍ଘଟଣା ପଛରେ ଦୃତଗତି ବୋଲି କୁହାଯାଉଛି । ବସଟି ଦୃତଗତିରେ ଯିବା ବେଳେ ଏଭଳି ଭୟାନକ ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବସ ଡ୍ରାଇଭର ଜୋରରେ ଗାଡି ଚଳାଇ ଆସୁଥିବାରୁ ଆଗରୁ ହଠାର ଆସିଥିବା ଗାଈକୁ ଦେଖି ଗାଡି ଅଟକାଇ ପାରିନଥିଲେ । ଆଉ ବ୍ରେକ ମାରିବା ପରେ ବସ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଆଉ ଅକାଳରେ ୨ ଜଣଙ୍କ ଜୀବନ ଯାଇଥିଲା ।

ଓଡିଶାରେ ଯେତେବେଳେ ବି ବସ ଦୁର୍ଘଟଣା ହୁଏ ସେତେବେଳେ ବସ ଡ୍ରାଇଭର ଚେତି ଯାଆନ୍ତି । କାନମୁଣ୍ଡ ଆଉଁସି ହୋଇ କେବେ ଭୁଲ କରିବେନି ବୋଲି ଶପଥ ନିଅନ୍ତି । ଆଉ ସରକାର ବି ଏଭଳି ଭୁଲର ପୁନରାବୃତି ନହେବାକୁ ଗଣମାଧ୍ୟମ ଆଗରେ ଓଡିଶାବାସୀଙ୍କ ଆଗରେ ସଫେଇ ଦିଅନ୍ତି । ହେଲେ ଦିନ କେଇଟା ପରେ ଯଥା ପୂର୍ବଂ ତଥା ପରଂ । କିଛି ଦିନ ତଳେ ବ୍ରହ୍ମପୁର ମେନ୍ଦ୍ରାଜପୁର ବସ ଦୁର୍ଘଟଣା ହେଉ ଅବା ତପ୍ତପାଣି ଘାଟି ଦୁର୍ଘଟଣା ସବୁଠି ଦୃତଗତି ଆଉ ଖାମଖିଆଲି ମନୋବୃତି ପାଇଁ ଏଭଳି ଅଘଟଣ ଘଟିଛି ।

ତେବେ ମେନ୍ଦ୍ରାଜପୁରରେ ବସରେ କରେଣ୍ଟ ଲାଗି ୧୦ ଜୀବନ ଜଳିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଏଭଳି ଏକ ଭୟାନକ ଘଟଣା ଦେଖି କେମିତି ଅନ୍ୟ ଡ୍ରାଇଭର ମାନେ ଚେତୁ ନାହାନ୍ତିୁ ତାହା ଏକ ବଡ ପ୍ରଶ୍ନବାଟୀ ସୃଷ୍ଟି କରିଛି । ବସରେ ଅନେକ ଜୀବନ ନେଇ ଡ୍ରାଇଭର ଯାଉଥିବା ବେଳେ କଣ ପାଇଁ ଏତେ ଖାମଖିଆଲ ହୋଇ ଯାତ୍ରା କରୁଛନ୍ତି ତାହା ମଧ୍ୟ ପ୍ରଶ୍ନର ଘେର ଭିତରକୁ ଆସିଛି । ସେପଟେ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଯଦି ସତ ହୋଇଥାଏ ତେବେ ଡ୍ରାଇଭରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।