କନକ ବ୍ୟୁରୋ : ସୀମା ଜଗୁଛନ୍ତି ଶିକ୍ଷକ । ଛତିଶଗଡ଼ ଫେରନ୍ତାଙ୍କ ପାଇଁ ସୀମା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶିକ୍ଷକ । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣ ସଂଖ୍ୟା । ସୀମାନ୍ତରେ ସ୍ଥିତି ବିଗିଡିବାରେ ଲାଗିଛି । ଛତିଶଗଡ଼ ଫେରନ୍ତାଙ୍କ ପାଇଁ ଜିଲ୍ଲାରେ ସଂକ୍ରମଣ ବଢ଼ିବାରୁ ପ୍ରଶାସନ ତରଫରୁ ସୀମାନ୍ତବର୍ତୀ ସ୍ଥାନ ମାନଙ୍କରେ ଯାଂଚ କାର୍ଯ୍ୟ କଡାକଡି କରଯାଉଛି ।
ବିଭିନ୍ନ ଗଳାବାଟ ଦେଇ ପ୍ରବାସୀ ଫେରୁଥିବା ବେଳେ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏହାର ଯାଂଚ ପାଇଁ ଶିକ୍ଷକମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ପାଳି କରି ଶିକ୍ଷକମାନେ ଏଠାରେ ୨୪ ଘଂଟା ଲେଖାଏଁ କାର୍ଯ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/17-1.jpg)