କନକ ବ୍ୟୁରୋ: ବଳଭଦ୍ରଙ୍କ ନିଆରା ପ୍ରଚାର । ଯାତ୍ରା ବୁଲିଲେ, ମାଙ୍କ ଆଶୀର୍ବାଦ ନେଇ ଭୋଟରଙ୍କ ସହ କାଠି ନାଚ ନାଚିଲେ ବଳଭଦ୍ର । ମାଲକାନଗିରି ଝରାପାଲି ଗାଁରେ ମା ବୁଢି ଠାକୁରାଣୀ ଯାତ୍ରା ଚାଲୁ ଥିବା ବେଳେ ନବରଙ୍ଗପୁର ଲୋକସଭାର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାନସଭାର ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ମାଙ୍କୁ ମୁଣ୍ଡିଆ ମାରି ଯାତ୍ରାରେ ଚାଲୁ ଥିବା ଢେମସା ନାଚରେ ଭାଗ ନେଇ ଥିଲେ । ବଳଭଦ୍ର ମାଝୀ କାଠି ନାଚ ନାଚି ଭୋଟରଙ୍କୁ ଆକୃଷ୍ଟ କରିଥିଲେ । ଏଥିସହ ଯାତ୍ରାରେ ବୁଲି ବୁଲି ନିଜ ଓ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ ବଳଭଦ୍ର ।