ନିଶା ଏବେ ସାଜିଛି ପେଶା । ନବରଙ୍ଗପୁର ଆଲବେଦିନ୍ ତିଆରି କରୁଛନ୍ତି ଭଳିକି ଭଳି ଚକୋଲେଟ୍ । 

123

କନକ ବ୍ୟୁରୋ : ନବରଙ୍ଗପୁରର ଆଲବେଦିନ ବାଘ । ଘରେ ବିଭିନ୍ନ ପ୍ରକାର ଚକଲେଟ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଆଲବେଦିନ । କ୍ରିମି ଡ୍ରିମି ନାମକ ଚକଲେଟ୍ ବ୍ରାଣ୍ଡରେ ଘରେ ପ୍ରସ୍ତୁତ ଚକଲେଟ୍ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଯୋଗାଉଛନ୍ତି ।

ଚର୍ଚ୍ଚାରେ ନବରଙ୍ଗପୁରର କ୍ରୀମି ଡ୍ରିମି ଚକଲେଟ । ସମ୍ପୂର୍ଣ୍ଣ ଭାବେ ଘରେ ପ୍ରସ୍ତୁତ ହେଉଥିବା ଏହି ଚକଲେଟର ଚାହିଦା ନବରଙ୍ଗପୁରରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ଚକଲେଟର ପ୍ରସ୍ତୁତ କର୍ତା ହେଉଛନ୍ତି ନବରଙ୍ଗପୁର ସହର ନ୍ୟୁ କୋଲୋନୀ  ସାହିର ଆଲବେଦିନ ବାଘ ।  ନବରଙ୍ଗପୁର ସହରର ପୁର୍ତ ବିଭାଗ ବଙ୍ଗଳା ପଛ ପାଖ  ନ୍ୟୁ କୋଲୋନୀ  ସାହିରେ ପରିବାର ସହ ଆଲବେଦିନ ।

ଉଚ୍ଚ ଶିକ୍ଷିତା ଆଲବେଦିନ  ଜଣେ ଗୃହିଣୀ ହେଲେ ନିଶା କିନ୍ତୁ ତାଙ୍କର ଚକଲେଟ ପ୍ରସ୍ତୁତ କରିବା । ନିଜ ଘରେ ଆରମ୍ଭ କରିଛନ୍ତି ଏକ ଅଣୁ ଉଦ୍ୟୋଗ । ନିଜ ଘର  କାମରୁ କିଛି ଅବସର ସମୟ ବାହାର କରି  ନିଜେ ଘରେ ପ୍ରସ୍ତୁତ କରନ୍ତି ଭଳିକି ଭଳି ରକମର ଚକଲେଟ । ଆଲବେଦିନଙ୍କୁ ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନା ରେ ବୈଜ୍ଞାନିକ ଜ୍ଞାନ କୌଶଳ ର ଉପଯୋଗ ପ୍ରକଳ୍ପ ରେ ଖାଦ୍ୟ ପ୍ରକ୍ରିୟା କରଣ କାର୍ୟ୍ୟକ୍ରମ ଅଧୀନରେ ତାଲିମ ଗ୍ରହଣ କରିବାକୁ ସୁଯୋଗ ମିଳିଥିଲା ।

ହାଇଦ୍ରାବାଦ ର କେନ୍ଦ୍ରୀୟ ଅନୁଷ୍ଠାନ ଉୠଞଜଓ ରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ନବରଙ୍ଗପୁର ଠାରେ  ହୋଇଥିବା  ତାଲିମ  କେନ୍ଦ୍ରରେ ପ୍ରଶିକ୍ଷଣ  ଗ୍ରହଣ କର ତାହାକୁ କାମରେ ବିନିଯୋଗ କରିଛନ୍ତି । ହାଇଦ୍ରାବାଦ ଓ ଜୟପୁରରୁ ଚକଲେଟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସରଞ୍ଜାମ ଆଣି ସେ  ଚକଲେଟ ପ୍ରସ୍ତୁତ କରନ୍ତି । ଆଉ ଏହି ଚକଲେଟ ବ୍ରାଣ୍ଡର ନାମ ରହିଛି କ୍ରିମି ଡ୍ରିମି   । ପିସ୍ତା ବାଦାମ, କାଜୁ, କିସମିଶ , ଚିନିର ମିଶ୍ରଣରେ   ସ୍ୱତନ୍ତ୍ର ଭାଗ ମାପ ରେ ବିନା କୌଣସି କେମିକାଲରେ  ଚକଲେଟ ପ୍ରସ୍ତୁତ କରନ୍ତି । ସବୁ ବର୍ଗର ଲୋକଙ୍କ ରୁଚି ଓ ସ୍ୱାସ୍ଥ୍ୟକୁ ଦେଖି ବିଭିନ୍ନ କିସମର ଚୋକୋଲେଟ ପ୍ରସ୍ତୁତ କରୁଛନ୍ତି ଆଲଦେବିନ ।  ଚକଲେଟ ବିକ୍ରୟ କରି ମାସକୁ ପ୍ରାୟ ୧୦  ହଜାର  ପର୍ୟ୍ୟନ୍ତ ଟଙ୍କା ରୋଜଗାର କରନ୍ତି ଆଲବେଦିନ ।

ଆଲବେଦିନଙ୍କୁ ଏହି ଚକଲେଟ ପ୍ରସ୍ତୁତି ସମୟରେ ତାଙ୍କ  ସ୍ୱାମୀ ସହ ଅନ୍ୟ ପରିବାର ସଦସ୍ୟ  ମଧ୍ୟ ଚକଲେଟ ପ୍ୟାକିଙ୍ଗରେ ସାହାଯ୍ୟ କରନ୍ତି ।  ଅନ୍ୟ ପକ୍ଷରେ ଖୁବ କମ ସମୟ ମଧ୍ୟରେ  ଏହି ଚକଲେଟ କେବଳ ସ୍ଥାନୀୟ  ବଜାରରେ ସୀମିତ ନ ରହି ନବରଙ୍ଗପୁର ଜିଲ୍ଲାର ପ୍ରାୟ ଅଧିଙ୍କାଂଶ  ବଜାରରେ ଉପଲବ୍ଧ ହେଉଛି ।

ଚକଲେଟକୁ ନେଇ ଏକ କ୍ଷୁଦ୍ର ଉଦ୍ୟଗ କରି ମହିଳା ଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଆଲବେଦିନ ଙ୍କୁ  ଯଦି ସରକାର ଙ୍କ ତରଫରୁ କିଛି ସାହାଯ୍ୟ ଯୋଗାଇଦିଆଯାଏ ତେବେ ଏହା ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ।