କନକ ବ୍ୟୁରୋ:କନକ ନ୍ୟୁଜ ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥାଇ ପର ଜମିରେ ମୂଲ ଲାଗୁଥିବା ଜାତୀୟ ସ୍ତରୀୟ ମେଡାଲ ହାସଲ କରି ଥିବା ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବାଣିଆ ଗ୍ରାମର ଦୃଷ୍ଟି ବାଧିତପାରା ଆଥେଲେଟ ଅର୍ଜୁନ ଭତ୍ରାଙ୍କ ବାଣିଆ ଗ୍ରାମ ସ୍ଥିତ ଘରେ ପହଞ୍ଚି ଅର୍ଜୁନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି ଏବଂ ଅର୍ଜୁନ କିଭଳି ପ୍ରଶାସନ ତରଫରୁ ସହାୟତା କରାଯାଇ ପାରିବ ସେନେଇ ଅର୍ଜୁନ ଓ ତାଙ୍କ ପରିବାର ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଅର୍ଜ୍ଜୁନଙ୍କ ପରିବାରର ଆର୍ôଥକ କିଭଳି ବିକାଶ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ।
ଅପରପକ୍ଷରେ ଦୃଷ୍ଟି ବାଧିତ ପାରା ଆଥଲେଟ ଅର୍ଜୁନ ମଧ୍ୟ ତାଙ୍କ ବାବଦ ରେ ଖବର ପ୍ରସାରଣ କରିଥିବାରୁ କନକ ନିୟୁସ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ଅର୍ଜୁନ ଭତ୍ରା ଜାତୀୟ ସ୍ତରର ପାରା ଆଥଲେଟର ୪୦୦ ମିଟର ଦୌଡରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି, ପର ଘରେ ମଜୁରୀ କାମ କରୁଥିଲେ । ଏନେଇ ଗତ ୧୧ ତାରିଖ ଦିନ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/A.jpg)