ନବରଙ୍ଗପୁର ଉମରକୋଟରେ ଯୁବକଙ୍କୁ କାମୁଡି ଦେଲା ନାଗ ସାପ : କ୍ଷେତରୁ ସାପକୁ କାବୁ କରି ସାଙ୍ଗରେ ନେଇ ଆସିଲେ ହସ୍ପିଟାଲ

ସାପକୁ ଦେଖି ଚିକିତ୍ସା ଆରମ୍ଭ କଲେ ଉମରକୋଟ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର

314

କନକ ବ୍ୟୁରୋ : ସାପକୁ ଧରି ହସ୍ପିଟାଲରେ ପହଂଚିଗଲେ ଯୁବକ । ଏହିଭଳି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରୁ । କ୍ଷେତରେ କାମ କରୁଥିବାବେଳେ ଝରିଗାଁ ପଂଚାୟତ ଛୋଟାଗୁଡା ୟୁଭି-୧୫ ଗାଁର ସୁଧାଂଶୁ ସିଲ ନାମକ ଜଣେ ଯୁବକଙ୍କୁ ଏକ ସାପ କାମୁଡି ଦେଇଥିଲା । ସାପ କାମୁଡି ଦେଇ ଚାଲି ଯାଉଥିବାବେଳେ ଏହାକୁ କୌଶଳକ୍ରମେ ଧରି ପକାଇଥିଲେ ସୁଧାଂଶୁ ।

ସାପଟିକୁ ସାଙ୍ଗରେ ଧରି ଏକ ବାଇକରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରରେ ପହଂଚି ଯାଇଥିଲେ । ତେବେ ସାପଟିକୁ ଦେଖି ପ୍ରଥମେ ଭୟଭୀତ ହୋଇପଡିଥିଲେ ହସ୍ପିଟାଲ କର୍ମଚାରୀ । କିନ୍ତୁ ସାପଟିକୁ ଦେଖି ନାଗସାପ ବୋଲି ଚିହ୍ନଟ କରିବା ପରେ ସେହି ଅନୁସାରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଆଉ ଶେଷରେ ଚିକିତ୍ସା ପରେ ସୁଧାଂଶୁ ବିପଦମୁକ୍ତ ଥିବା ଜଣାପଡିଛି ।