କନକ ବ୍ୟୁରୋ : ହାରିଲା କରୋନା, ଜିତିଲେ ବୃଦ୍ଧ । କରୋନାକୁ ମାତ ଦେଲେ ୯୬ ବର୍ଷୀୟ ବୃଦ୍ଧ । ଏଭଳି ଏକ ବ୍ୟକ୍ତି ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ ଅବଦୂର ରେହେମାନ ଖାନ, ବୟସ ୯୬ । ମନୋବଳ କିନ୍ତୁ ଦୃଢ଼ ରହିଛି । ମେ ୨୬ ତାରିଖରେ ଦେହ ଅସୁସ୍ଥ ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।
ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇଥିଲେ । ପରିବାରର ସଦସ୍ୟଙ୍କ ଦେଖାରେଖା ଓ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯୋଗାଇ ଦିଆଯାଇଥିବା ଔଷଧ ସେବନ କରି ଅବଦୂର କରୋନାରୁ ମୁକ୍ତ ହୋଇପାରିଛନ୍ତି । ପରିବାରର ଅନ୍ୟ ସଦସ୍ୟ ମାନେ କରୋନା ସଂକ୍ରମିତ ହୋଇନଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/6f931193-eb0b-44b1-8e66-bb78a997a8b5.jpg)