ନବରଙ୍ଗପୁର: ଶବ ବାହକ ଗାଡି ନଥିଲା, ପରିବାରର ଅବସ୍ଥା ଏପରି ଯେ ଗାଡି ପାଇଁ ଅର୍ଥ ଯୋଗାଡ କରିବା ସମ୍ଭବ ନଥିଲା । ଏଥିଯୋଗୁଁ ଯାହା ଘଟିଲା, ତାହା ଥିଲା ଅତି ଅମାନବିକ ଓ ହୃଦୟ ବିଦାରକ । ଜଣେ ଯୁବତୀଙ୍କ ମୃତଦେହକୁ ପଲିଥିନରେ ଭର୍ତି କରି ବାଇକ୍ ରେ ବାନ୍ଧି ନିଆଯାଇଥିଲା ୩୦ କିଲୋମିଟର ଦୂର ତାଙ୍କ ଗାଁକୁ । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରିଗାଁ ବ୍ଳକ ଭରୁଆମୁଣ୍ଡା ଗାଁରେ, ଯାହା ସ୍ଥାନୀୟ ଅଂଚଳବାସୀଙ୍କ ମନକୁ ଆନ୍ଦୋଳିତ କରିଛି । ଶବବାହକ ଗାଡି ନଥିବାରୁ ଏକ ଅଭାବୀ ପରିବାରକୁ କିଭଳି ଦୁର୍ଦଶା ଭୋଗିବାକୁ ପଡେ, ତାହାର ଏକ ନଗ୍ନ ଚିତ୍ର ସାମନାକୁ ଆସିଛି ।
ନବରଙ୍ଗପୁର ଝରିଗାଁରେ ହୃଦୟ ବିଦାରକ ଦୃଶ୍ୟ : ବାଇକରେ ବୁହା ହେଲା ଯୁବତୀଙ୍କ ମୃତଦେହ
/kanak/media/post_attachments/wp-content/uploads/2016/05/vlcsnap-2016-05-29-12h16m52s087.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)